ଆଗାମୀ ୭ ଦିନ ଓଡ଼ିଶାରେ ପ୍ରବଳ ବର୍ଷା

0

ଓଡ଼ିଆ ନ୍ୟୁଜ୍: ଓଡିଶାରେ କମିବ ଗରମ, ଗୁଳୁଗୁଳି ବଢିବ ବର୍ଷର ପରିମାଣ । ଆଗାମୀ ୭ ଦିନ ଯାଏ ଜାରି ରହିବ ବର୍ଷା । ୨ରୁ ୩ ଡିଗ୍ରି ଯାଏ ଖସିବ ତାପମାତ୍ରା । କାରଣ ରାଜ୍ୟକୁ ଫେରୁଛି ମୌସୁମୀ ଜନିତ ବର୍ଷା । ଆସନ୍ତା ୧୪ ତାରିଖ ପରେ ରାଜ୍ୟର ଅନେକ ଜିଲ୍ଲାରେ ମୌସୁମୀ ଜନିତ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଆଗାମୀ ୪ ଦିନ ଯାଏ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ହେବା ନେଇ ସତର୍କତା ଅବଲମ୍ବନ ପାଇଁ ସୂଚନା ଦେଇଛି ଆଂଚଳିକ ପାଣିପାଗ ବିଭାଗ ।

ସେପଟେ ଗତ ୨୪ ଘଣ୍ଟା ଭିତରେ କାଳ ବୈଶାଖୀ ବର୍ଷା ରାଜ୍ୟର ବିଭିନ୍ନ ଜିଲ୍ଲାରେ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ୬୬ ଦଶମିକ ୪ ମିଲିମିଟର ରେକର୍ଡ କରିଛି ପାଣିପାଗ ବିଭାଗ । ୭ ଦିନ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷା ଲାଗି ରହିବ । ସେହି ସମୟରେ ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିପାରେ ।

Leave A Reply

Your email address will not be published.