ବର୍ଷାରେ ଭିଜିବ ଦଶହରା!

0

ଓଡ଼ିଆ ନ୍ୟୁଜ୍: ଆସନ୍ତା ୨୫ ଓ ଅକ୍ଟୋବର ୧ ତାରିଖରେ ପୁଣି ସୃଷ୍ଟି ହେବ ଲଘୁଚାପ । ୨ଟି ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ । ଉତ୍ତର ଆଣ୍ଡାମାନ ସାଗର ଓ ମିଆମାର୍‌ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ । ଆସନ୍ତା ୨୨ ତାରିଖ ଆଡ଼କୁ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ ।୨୫ ତାରିଖ ଆଡ଼କୁ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

ଲଘୁଚାପ ପ୍ରଭାବରେ ୨୬ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା । ୩୦ରେ ମିଆମାର୍‌ ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ସୂଚନା ଅନୁସାରେ ଆସନ୍ତା ୨୪- ୨୫ ତାରିଖ ଆଡ଼କୁ ପୂର୍ବ କେନ୍ଦ୍ରୀୟ ଓ ସଲଂଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ।

Leave A Reply

Your email address will not be published.