୩ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ଆଲର୍ଟ

0

ଓଡ଼ିଆ ନ୍ୟୁଜ୍: ଅବପାତରେ ପରିଣତ ହୋଇଛି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ପାଇଁ ୩ ଜିଲ୍ଲାକୁ ଅତି ପ୍ରବଳ ବର୍ଷା ଆଲର୍ଟ । କୋରାପୁଟ, କଳାହାଣ୍ଡି ଓ ମାଲକାନଗିରିକୁ ରେଡ୍‌ ଆଲର୍ଟ । ୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ । ଆଜି ସକାଳ ୮ଟାରୁ ଦିନ ୧୧ଟା ମଧ୍ୟରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବ ।

ଯାହାର ପ୍ରଭାବରେ ସାରାରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଭୀଷଣ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି। ପ୍ରଭାବରେ ୨୮ତାରିଖ ଯାଏ ଲାଗି ରହିବ ବର୍ଷା । ଏହି ସମୟରେ ସମୁଦ୍ର ଉପକୁଳରେ ୪୦ରୁ ୬୦ କିଲୋମିଟର ପବନ ବହିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.