ଆସୁଛି ‘ମୋନ୍ଥା’: ପାରାଦୀପରେ ସତର୍କ ସୂଚନା

0

ଓଡ଼ିଆ ନ୍ୟୁଜ୍: ଭୀଷଣ ବାତ୍ୟା ‘ମୋନ୍ଥା’ ପାଇଁ ପାରାଦୀପରେ ସତର୍କ ସୂଚନା ଜାରି।ମାଇକ୍‌ ଦ୍ଵାରା ସତର୍କ କରାଇଲେ ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୋଲିସ। ନେହରୁବଙ୍ଗଳା ଫିସିଂ ହାର୍ବର, ଅଠରବାଙ୍କି, ଷଣ୍ଢକୁଦରେ ପ୍ରଚାର।ନୂଆବଜାର, ଚୌମୁହାଣି ଅଞ୍ଚଳରେ ବି ମାଇକ୍‌ ଦ୍ୱାରା ପ୍ରଚାର।୨୯ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ।ଯେଉଁମାନେ ସମୁଦ୍ରରେ ଅଛନ୍ତି ତୁରନ୍ତ କୂଳକୁ ଫେରି ଆସିବାକୁ ଅପିଲ୍।

୨୭ ତାରିଖ ସକାଳେ ସୃଷ୍ଟି ହୋଇପାରେ ବାତ୍ୟା। ସୃଷ୍ଟ ଲଘୁଚାପ କ୍ଷେତ୍ର ବାତ୍ୟାର ରୂପ ନେବା ସମ୍ଭାବନା। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ଘନୀଭୂତ ହୋଇ କାଲି ସୁଦ୍ଧା ଅବପାତର ରୂପ ନେବ। ୨୬ ସୁଦ୍ଧା ଗଭୀର ଅବପାତର ରୂପ ନେବା ସମ୍ଭାବନା। ୨୭ ତାରିଖ ସକାଳେ ବାତ୍ୟାର ରୂପ ନେବା ସମ୍ଭାବନା। ସମ୍ଭାବ୍ୟ ବାତ୍ୟାକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକାଙ୍କ ସୂଚନା। ଆନ୍ଧ୍ର ଉପରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ। ବାତ୍ୟା ଆନ୍ଧ୍ରରେ ହେଲେ ବି ଓଡ଼ିଶାରେ ବର୍ଷା ହେବ। ୨୭ରୁ ୨୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଆକଳନ। ପ୍ରାୟ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା।

Leave A Reply

Your email address will not be published.