ଓଡ଼ିଆ ନ୍ୟୁଜ୍: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ୨୪ ତାରିଖରେ ଅବପାତ ରୂପ ନେବ । ସମୁଦ୍ରରୁ ବଳ ଗୋଟାଇ ଆହୁରି ଅଧିକ ଘନୀଭୂତ ହେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୨୧ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ।
୨୪ ତାରିଖ ସୁଦ୍ଧା ଘନୀଭୂତ ହୋଇ ଅବପାତ ରୂପ ନେଇପାରେ । ଏହା ଅଧିକ ଘନୀଭୂତ ହେବାର ଆଶଙ୍କା ଅଛି । ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆନ୍ଧ୍ର ଉପକୂଳକୁ ମୁହାଁଇପାରେ ବୋଲି ପ୍ରାଥମିକ ଆକଳନ କରିଛି ପାଣିପାଗ ବିଭାଗ। ଅବପାତ ଘନୀଭୂତ ହୋଇ ଆନ୍ଧ୍ର ଉପକୂଳକୁ ଗଲେ ବି ଓଡ଼ିଶାରେ ଏହାର ପ୍ରଭାବ ରହିବ । ୨୭ ତାରିଖରେ କେନ୍ଦ୍ରାପଡ଼ାରୁ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପାଗ ମେଘୁଆ ରହିବ । ବର୍ଷା ବି ହେବ । ୨୮ ତାରିଖରେ ଉତ୍ତର ପଶ୍ଚିମ ଓଡ଼ିଶାକୁ ଛାଡ଼ି ରାଜ୍ୟର ବାକି ଅଞ୍ଚଳରେ ବର୍ଷା ହେବ ।