ମାଡି ଆସୁଛି ବାତ୍ୟା

0

ଓଡ଼ିଆ ନ୍ୟୁଜ୍: ଡିଟ୍‌ଓ୍ବା ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରୁଥିବାବେଳେ ଉତ୍ତର ତାମିଲନାଡୁ ଏବଂ ପଣ୍ଡିଚେରୀ ଉପକୂଳ ଦିଗରେ ଅଗ୍ରସର ହେଉଛି। ଏହାର ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଜାରି ରହିଛି।ବାତ୍ୟା ମୁକାବିଲା ପାଇଁ କର୍ତ୍ତୃପକ୍ଷ ବିଭିନ୍ନ ଦିଗରେ ପ୍ରସ୍ତୁତି ଜାରି ରଖିଛନ୍ତି। ଅନବରତ ବର୍ଷା ଲାଗିରହିଥିବାରୁ ଚେନ୍ନାଇ ଏୟାରପୋର୍ଟ ୫୪ଟି ବିମାନକୁ ବାତିଲ କରିଦେଇଛି।

ତାମିଲନାଡୁର ପ୍ରଭାବିତ ଜିଲାରେ ଶନିବାର ସ୍କୁଲ, କଲେଜଗୁଡ଼ିକୁ ଛୁଟି କରି ଦିଆଯାଇଛି। ରବିବାର ସକାଳ ସୁଦ୍ଧା ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉପକୂଳରେ ଶନିବାର ପବନର ବେଗ ୫୦ରୁ ୬୦ କି.ମି. ଥିବାବେଳେ ବେଳେବେଳେ ଏହା ୭୦ କି.ମିରେ ପହଞ୍ଚୁଛି। ବାତ୍ୟା ଅଗ୍ରସର ହେବା ସହ ପବନର ବେଗ ୯୦ କି.ମି. ପର୍ଯ୍ୟନ୍ତ ବଢ଼ିବା ଆଶଙ୍କା କରାଯାଉଛି।

 

Leave A Reply

Your email address will not be published.