ଯୁଦ୍ଧ ପାଇଁ ବଢ଼ିବ ତାତି!

0

ଓଡ଼ିଆ ନ୍ୟୁଜ୍: ଯୁଦ୍ଧ ପାଇଁ ବଢ଼ିବ ତାତି । ଚଳିତବର୍ଷ ଅଧିକ ଗରମ ଅନୁଭବ କରିବେ ରାଜ୍ୟବାସୀ । IMDର ପୂର୍ବାନୁମାନ ଅନୁସାରେ ଏବର୍ଷ ଗ୍ରୀଷ୍ମପ୍ରବାହ ଦିନ ବଢ଼ିବ । ମାର୍ଚ୍ଚରୁ ମେ’ ମାସ ଭିତରେ ଗ୍ରୀଷ୍ମ ଦିବସ ସଂଖ୍ୟା ସ୍ବାଭାବିକ ଠାରୁ ଅଧିକ ରହିବ । ଓଡ଼ିଶା ସମେତ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ଭାରତରେ ହିଟ୍ ଓ୍ବେବ୍ ଦିନ ସଂଖ୍ୟା ବଢ଼ିବ ।

ସେପଟେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ମଧ୍ୟ ସ୍ବାଭାବିକ ଠାରୁ ଅଧିକ ଗରମ ଓ କାଳବୈଶାଖୀ ହେବ । ଯୁଦ୍ଧରେ ହଜାର ହଜାର ମିଶାଇଲ୍ ବିସ୍ଫୋରଣ ଯୋଗୁଁ ବାୟୁମଣ୍ଡଳ ଅତ୍ୟନ୍ତ ଉଷ୍ମ ରହିଛି । ସେହି ଗରମ ପବନ ଭାରତକୁ ମଧ୍ୟ ପ୍ରବେଶ କରୁଛି । ଏହାର ପ୍ରଭାବରେ ଦିନ ଓ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୨ ଡିଗ୍ରୀ ବଢ଼ିବ ବୋଲି କହିଛନ୍ତି ପାଣପାଗ ବିଜ୍ଞାନୀ ତଥା ସୋଆର ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ ।

Leave A Reply

Your email address will not be published.