୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ବଦଳିଲା ପାଗ । ପ୍ରାକ୍‌ ମୌସୁମୀ ପ୍ରଭାବରେ ଆଂଶିକ ମେଘୁଆ ପାଗ, ହାଲୁକା ପବନ, ଠାଏଠାଏ ହାଲୁକା ବର୍ଷା ହୋଇଛି । ପାଣିପାଗ ପୂର୍ବାନୁମାନ, ଦକ୍ଷିଣ-ପଶ୍ଚିମ ମୌସୁମୀର ବାଟ ଅନୁକୂଳ ରହିଛି । ୨-୩ ଦିନ ଭିତରେ ମୌସୁମୀ କେରଳ ଛୁଇଁବ । ଓଡ଼ିଶା ପାଇଁ ବଡ଼ କଥା ହେଲା, ଆସନ୍ତା ୨୭ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି ଉତ୍ତର ବଙ୍ଗୋପସାଗରରେ । ଏହି ସମ୍ଭାବ୍ୟ ଲଘୁଚାପ ହିଁ ମୌସୁମୀକୁ ଓଡ଼ିଶାକୁ ଟାଣି ଆଣିପାରେ ।

ସମ୍ଭବତଃ ଚଳିତ ମେ ମାସର ଶେଷ କିମ୍ବା ଜୁନ୍‌ ପହିଲା ବେଳକୁ ମୌସୁମୀ ଓଡ଼ିଶା ଛୁଇଁପାରେ । ଏହା ପ୍ରଭାବରେ ୨୭ ଓ ୨୮ ତାରିଖରେ ଓଡ଼ିଶାର କେତେକ ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ମେ ୨୯ରୁ ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ଆଇଏମଡି ଜାରି କରିଥିବା ପୂର୍ବାନୁମାନ ଅନୁସାରେ, ଏହି ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ପୂର୍ବ ଭାରତର କିଛି ଅଞ୍ଚଳରେ ପ୍ରବେଶ କରିପାରେ । ଯଦି ଏମିତି ହୁଏ, ତେବେ ଏହି ସମୟରେ ମୌସୁମୀ ଓଡ଼ିଶା ପ୍ରବେଶ କରିବ । ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି । ଘଡ଼ଘଡ଼ି, ବିଜୁଳି ସହ ବର୍ଷା ନେଇ ୱାର୍ଣ୍ଣିଂ ଜାରି କରାଯାଇଛି ।

Leave A Reply

Your email address will not be published.