ଓଡ଼ିଆ ନ୍ୟୁଜ୍: ଆସନ୍ତା କାଲିଠାରୁ ରାଜ୍ୟରେ ବଦଳିବ ପାଗ। ମେ’ ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା। ଏନେଇ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।
କେତେକ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ଝଟ୍କା ପବନ ମଧ୍ୟ ବହିବ। ଏଥିସହିତ ସ୍ଥାନେସ୍ଥାନେ କୁଆପଥର ପଡ଼ିବାର ବି ସମ୍ଭ ରହିଥିବା ପାଣିପାଗ ବିଭାଗ ସତର୍କ କରାଇଛି।