ସପ୍ତାହେ ଯାଏ ରାଜ୍ୟରେ ପ୍ରବଳ ବର୍ଷା

0

ଓଡ଼ିଆ ନ୍ୟୁଜ୍: ଆଜି ପାଇଁ ପୁରା ରାଜ୍ୟକୁ ପ୍ରବଳ ବର୍ଷା ସହ ଝଡ଼ତୋଫାନ ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୱାର୍ଣ୍ଣଂ ଜାରି ହୋଇଥିବା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମେତ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ରାଜ୍ୟରେ ଗତ କିଛି ଦିନ ଧରି ବର୍ଷା ଜାରି ରହିଛି। ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୭ ତାରିଖରେ କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର ଆଦି ଜିଲାକୁ ଅରେଞ୍ଜ ୱର୍ଣ୍ଣିଂ ରହିଥିବାବେଳେ ପୁରୀ ସମେତ ଅନ୍ୟାନ୍ୟ ଜିଲାରେ ବର୍ଷା ଓ ବଜ୍ରପାତ ନେଇ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି।

ତେବେ ମଙ୍ଗଳବାର ସମସ୍ତ ୩୦ ଜିଲାରେ ବର୍ଷା ହେବା ନେଇ ୟେଲୋ ୱର୍ଣ୍ଣିଂ ଜାରି କରାଯାଇଛି।ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ପୁରୀ, ଜଗତସିଂହପୁର, ବୌଦ୍ଧ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଖୋର୍ଦ୍ଧା, କଟକ, ନୟାଗଡ଼ ଓ କେନ୍ଦ୍ରପଡ଼ାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବଜ୍ରପାତ ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, ସୋନପୁର, ନୂଆପଡ଼ା, ବଲାଙ୍ଗୀର ଓ ମାଲକାନଗିରିକୁ ସତର୍କ କରାଯାଇଛି।

ଗତକାଲି ଦାରିଙ୍ଗିବାଡ଼ିରେ ସର୍ବାଧିକ ୬୭.୦ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ବଲାଙ୍ଗୀରରେ ୪୫.୪ ମିମି, କୋରାପୁଟରେ ୨୩.୦ ମିମି, ଗୋପାଳପୁରରେ ୨୧.୯ ମିମି, ଢ଼େଙ୍କାନାଳରେ ୧୪.୦ ମିମି, ନବରଙ୍ଗପୁରରେ ୧୨.୪ ମିମି, ପାରଳାଖେମୁଣ୍ଡିରେ ୮.୪ ମିମି, ବରଗଡ଼ରେ ୮.୦ ମିମି ଓ ଖୋର୍ଦ୍ଧାରେ ୭.୦ ମିମି ବର୍ଷା ରେକର୍ଡ ହୋଇଛି। ଏହା ବ୍ୟତୀତ ଅନ୍ୟଜିଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି।

Leave A Reply

Your email address will not be published.