ଜିଲ୍ଲାପାଳଙ୍କୁ SRCଙ୍କ ବର୍ଷା ସତର୍କତା

0

ଓଡ଼ିଆ ନ୍ୟୁଜ୍: ଅବପାତ ବର୍ଷାକୁ ନେଇ ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି SRC। ସବୁ ଜିଲାପାଳଙ୍କୁ ସଜାଗ ରହିବାକୁ ମଧ୍ୟ SRC ପରାମର୍ଶ ଦେଇଛନ୍ତି। ମୟୂରଭଞ୍ଜ, କେନ୍ଦୁଝର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ରହିଛି। ସେହିପରି ଅନୁଗୋଳ, ଢେଙ୍କାନାଳ ଓ ସୁନ୍ଦରଗଡ଼ରେ ବି ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସବୁ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି SRC। ଏହା ସହିତ ୨୮ ତାରିଖ ଯାଏ ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଅଞ୍ଚଳରେ ଏକ ଅବପାତ ସୃଷ୍ଟି ହୋଇଛି, ଯାହାକୁ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ଗୁରୁତ୍ୱପୂର୍ଣ୍ଣ ସତର୍କ ସୂଚନା ଜାରି କରିଛି। ଏହି ଅବପାତ ପ୍ରଭାବରେ ଓଡ଼ିଶାରେ ୨୮ ଜୁଲାଇ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

Leave A Reply

Your email address will not be published.