ଓଡ଼ିଆ ନ୍ୟୁଜ୍: ଆହୁରି ତିନି ଦିନ ଭିଜିବ ଓଡ଼ିଶା । ସତର୍କ କରାଇଲା ପାଣିପାଗ ବିଭାଗ । ୬ ଜିଲ୍ଲାକୁ ଆର୍ଲଟ ଜାରି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିବ । ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ଅଛି । ଏହା ପ୍ରଭାବରେ ରାଜ୍ୟରେ ପାଗ ବର୍ତ୍ତମାନ ମେଘୁଆ ରହିବା ସମ୍ଭାବନା ଅଛି ।
ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼ର ଗୋଟିଏ ୨ଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ପବନ ସହ ଘଡ଼ଘଡି ଆଶଙ୍କା ବି ଅଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ବରଗଡ଼ରେ ବଜ୍ରପାତ ଓ ପବନ ହୋଇପାରେ ।