ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଯୋଧ୍ୟାର ଶ୍ରୀରାମ ଙ୍କ ଅକ୍ଷତ କୁ ଭବ୍ୟ ସ୍ବାଗତ | ଜାନୁଆରୀ 22 ଅଯୋଧ୍ୟା ଠାରେ ହେବ ପୁଭୁ ଶ୍ରୀରାମ ଙ୍କ ମନ୍ଦିର ର ପ୍ରାଣ ପ୍ରସ୍ତିଷ୍ଠା।ଏଥି ପାଇଁ ଜାନୁଆରୀ 1 ରୁ 15 ପର୍ଯ୍ୟନ୍ତ ହେବ ସମଗ୍ର ଗାଁ ଗାଁ ରେ ନିମନ୍ତ୍ରଣ ଅଭିଯାନ।
ଏହି ଅଭିଯାନ ରେ ଅକ୍ଷତ,ନିମନ୍ତ୍ରଣ ଓ ରାମ ଲାଲା ଙ୍କ ଫଟୋ କୁ ନେଇ ଘରକୁ ଘର ବୁଲିବେ ରାମ ଭକ୍ତ।ଏହି ଅଭିଯାନ ନିମନ୍ତେ ବାସୁଦେବପୁର ରେ ଆଜି ପହଞ୍ଚିଛି ଅକ୍ଷତ କଳସ।ଏହି କଳସ ଜିଲ୍ଲା ସଦର ମହକୁମା ରୁ ଆସି ପହଚିବା ପରେ ଭବ୍ୟ ସ୍ଵାଗତ ପୂର୍ବକ ସହର ପରିକ୍ରମା କର ଯାଇ ବ୍ଲକ ରୋଡ ସ୍ଥିତ ରାମ ମନ୍ଦିର ରେ ରଖା ଯାଇ ଥିଲା। ପରେ ଏହାକୁ ଯୋଜନା କରାଯାଇ ପ୍ରତି ଗାଁର ଘରେ ଘରେ ପହଞ୍ଚାଇବାକୁ ଯୋଜନା କରାଯାଇଛି।
ଏହି ଶୋଭା ଯାତ୍ରା ରେ ରଶ୍ମି ରଞ୍ଜନ,ଉତ୍କଳ କେଶରୀ ନାୟକ,ଶଶାଙ୍କ ଶେଖର ସାମଲ,ନାରାୟଣ ମହାକୁଡ,ସତ୍ୟବ୍ରତ ନାୟକ,ଗୋପୀନାଥ ବାରିକ,ପୁରୁଷୋତ୍ତମ ସାହୁ,ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର କୁମାର ବାରିକ, ଯୁବ ନେତା ଅଶୋକ କୁମାର ସାହୁ,ମହେଶ୍ୱର ବାରିକ ପ୍ରମୁଖ ମାନେ ନେତୃତ୍ୱ ନେଇ ଥିଲେ।