ବାରିପଦାରେ କୌଶଳ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପିଲାଙ୍କ ମଧ୍ୟରେ ଥିବା ବୈଷୟିକ ଜ୍ଞାନ କୌଶଳର ବିକାଶ କରି ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ କୌଶଳ ରଥ ରାଜ୍ୟବ୍ୟାପୀ ପରିକ୍ରମା କରୁଛି। ଏହିକ୍ରମରେ ଜିଲ୍ଲା ପରିକ୍ରମାରେ ଥିବା କୌଶଳ ରଥ ତକତପୁର ସ୍ଥିତ ସରକାରୀ ବୈଷୟିକ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି। ଓଡିଶା ସରକାରଙ୍କ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ବିଭାଗ ଦ୍ବାରା ଦକ୍ଷ ଓଡିଶା ଓ ବିକଶିତ ଓଡିଶାର ପ୍ରଚାର ପ୍ରସାର ପାଇଁ କୌଶଳ ରଥ ଆରମ୍ଭ କରାଯାଇଛି।

ଉକ୍ତ ରଥ ମୟୁରଭଞ୍ଜ ଜିଲ୍ଲାବ୍ୟାପି ପରିକ୍ରମା କରିବ। ଜିଲ୍ଲା ପ୍ରଶାସନ ଅଧିକାରୀ, ପ୍ରଶିକ୍ଷକ, ଛାତ୍ରଛାତ୍ରୀ ସମସ୍ତେ ଉପସ୍ଥିତ ରହି କୌଶଳ ରଥ ବୁଲି ଦେଖିଥିଲେ। ଅନ୍ତର୍ନିହିତ ପ୍ରତିଭାର ବିକାଶ କରି ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ନିଜର ଷ୍ଟାର୍ଟ ଅଫ ପ୍ରକଳ୍ପ କରିବାରେ ଏହା ସହାୟକ ହେବ। ଯାହା ଦ୍ବାରା ଛାତ୍ରଛାତ୍ରୀ ମାନେ ଅଭିଜ୍ଞତା ହାସଲ କରି ନିଜେ ଆତ୍ମ ନିର୍ଭରଶୀଳ ଉଦ୍ୟଗୀ ହୋଇପାରିବେ ଏବଂ ସେମାନଙ୍କ ନିଯୁକ୍ତି କ୍ଷମତାକୁ ବୃଦ୍ଧି କରି ଯାଇପାରିବ। କେବଳ ବୈଷୟିକ ଜ୍ଞାନକୁଶଳ ନୁହେଁ ବରଂ ସେମାନଙ୍କ ଚିନ୍ତାଧାରାକୁ ସଫଳ ଷ୍ଟାର୍ଟଅପରେ ପରିଣତ କରିବାର ଆତ୍ମବିଶ୍ବାସ ମଧ୍ୟ ଏହାଦ୍ବାରା ସୃଷ୍ଟି ହେବ।

କୌଶଳ ରଥରେ ଥିବା ଡ୍ରାଇଭିଂ ଟେଷ୍ଟ ସିମୁଲେଟର, ଅଟେ ଟ୍ରାଫିକ ସିଗନାଲିଂ ବ୍ୟବସ୍ଥା, ଡ୍ରୋନ ଟେକନୋଲୋଜି ଓ ପାଇଲଟି, କ୍ରୀଡି ପ୍ରିଣ୍ଟିଂ ଆଦି କୌଶଳ ବାବଦକୁ ପିଲାଙ୍କୁ ଅବଗତ କରାଯାଇଥିଲା। ୪ଦିନ ଧରି କୌଶଳ ରଥ ଜିଲ୍ଲାବ୍ୟାପି ବୈଷୟିକ ଶିଳ୍ପ ତାଲିମ ପ୍ରତିଷ୍ଠାନ ଗୁଡିକ ବୁଲି ପିଲା ମାନଙ୍କ ଦକ୍ଷତା ବୃଦ୍ଧି ନେଇ ସଚେତନ କରିବ।

Leave A Reply

Your email address will not be published.