ଓଡ଼ିଆ ନ୍ୟୁଜ୍: ୱେଷ୍ଟଇଣ୍ଡିଜର ଡ୍ୟାସିଂ ବ୍ୟାଟ୍ସର ନିକୋଲାସ୍ ପୁରନ୍ । ଅନ୍ତର୍ଜାତୀୟ କ୍ରିକେଟକୁ କହିଛନ୍ତି ଅଲବିଦା । ମାତ୍ର ୨୯ ବର୍ଷ ବୟସରେ ନେଇଛନ୍ତି ଅବସର । ଯାହା ସାରା କ୍ରିକେଟ୍ ଜଗତକୁ କରିଛି ଆଶ୍ଚର୍ଯ୍ୟ । ପୂରନ୍ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମାଧ୍ୟମରେ ପ୍ରଶଂସକଙ୍କ ସହ ଅବସର ଖବର ସେୟାର କରିଛନ୍ତି। ପୂରନ୍ ୱେଷ୍ଟଇଣ୍ଡିଜ୍ ହ୍ବାଇଟ୍ ବଲ୍ ଟିମ୍ର ଥିଲେ ଗୁରୁତ୍ୱପୂର୍ଣ୍ଣ ଅଂଶ ।
ସେ ଜୁଲାଇ ୨୦୨୩ରେ ଶ୍ରୀଲଙ୍କା ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ପାଇଁ ତାଙ୍କର ଶେଷ ODI ଖେଳିଥିଲେ । ସେହି ସମୟରେ ସେ ଡିସେମ୍ବର ୨୦୨୪ରେ ବାଂଲାଦେଶ ବିପକ୍ଷରେ ତାଙ୍କର ଶେଷ T20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। କିଛି ସମୟ ପୂର୍ବରୁ ପୂରନ୍ ଟି20 ଅନ୍ତର୍ଜାତୀୟରେ ୱେଷ୍ଟଇଣ୍ଡିଜ୍ର ଅଧିନାୟକ ଥିଲେ । କିନ୍ତୁ ପରବର୍ତ୍ତୀ T20 ବିଶ୍ୱକପ୍ ପୂର୍ବରୁ ସେ ଅବସର ଘୋଷଣା କରି ସମସ୍ତଙ୍କୁ କରିଦେଇଛନ୍ତି ଆଶ୍ଚର୍ଯ୍ୟ । ତାଙ୍କର ଅବସର ୱେଷ୍ଟଇଣ୍ଡିଜ୍ ଟିମ୍ ପାଇଁ ଏକ ବଡ଼ ଝଟକା ହେବ ।