ଓଡିଶାରେ ବତ୍ୟା ନେଇ କ’ଣ କହିଲେ ଆଇଏମଡି ଡିଜି ?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଓଡିଶାକୁ ନାହିଁ ବାତ୍ୟା ଭୟ । ଆସୁଥିବା ବାତ୍ୟାର କୌଣସି ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । ପଶ୍ଚିମବଙ୍ଗ ଉପକୂଳରେ ଏହାର ପ୍ରଭାବ ପଡିବ । ୫୦ କିମି ପବନ ବହିବାର ସମ୍ଭାବନା ରହିଛି । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗଭୀର ଅବପାତଟି ଆଜି ରାତି ସୁଦ୍ଧା ବାତ୍ୟାରେ ପରିଣତ ହେବ । କାଲି ସୁଦ୍ଧା ଭୀଷଣ ଓ ୧୨ ତାରିଖ ସୁଦ୍ଧା ଅତି ଭୀଷଣ ରୂପ ନେବ । ୧୪ ପୂର୍ବାହ୍ନରେ ବାଂଲାଦେଶ ଓ ମିଆଁମାର ମଧ୍ୟରେ ଉପକୂଳ ଛୁଇଁବ । ବାଂଲାଦେଶ କକ୍ସବଜାର ଓ ମିଆଁମାର କ୍ୟାଉକିପିଉ ମଧ୍ୟରେ ଉପକୂଳ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଉପକୂଳ ଛୁଇଁଲାବେଳେ ପବନ ୧୧୦ରୁ ୧୩୦ କିମି ପବନ ବୋହିପାରେ । ଓଡିଶାକୁ ବାତ୍ୟା ଜନିତ ପବନ କି ବର୍ଷା କିଛି ହେବ ନାହିଁ ବୋଲି କୁହାପାଇଛି ।

ଆଜି ବାତ୍ୟାର ରୂପ ନେଇପାରେ ବଙ୍ଗୋପସାଗରରେ ଥିବା ସକ୍ରିୟ ଅବପାତ । ଏହା ଘନୀଭୂତ ହୋଇ ଆସନ୍ତା କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଏହାପରେ ଏହା ୧୧ ତାରିଖ ମଧ୍ୟରାତ୍ର ସୁଦ୍ଧା ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅତି ଭୀଷଣ ବାତ୍ୟାରେ ପରିଣତ ପରେ ରିକର୍ଭ କରି ଗତି କରିପାରେ । ଏହାପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ବାଂଲାଦେଶ, ମିଆଁମାର ମୁହାଁ ହେବ । ୧୪ ପୂର୍ବାହ୍ନରେ କୋକ୍ସ ବଜାର, କ୍ୟାଉକିପିୟୁ ଠାରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।

Leave A Reply

Your email address will not be published.