ସେଦିନର ଘଟଣା ଥିଲା ‘ଆତଙ୍କବାଦୀ ଆକ୍ରମଣ’, ଏବେ ‘ପ୍ରତିବାଦ, ଉଲ୍ଲଂଘନ’

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଠିକ୍ ୨୨ ବର୍ଷ ପରେ ପୁଣି ତ୍ରୁଟି। ସାଂସଦ ଆକ୍ରମଣରେ ୨୨ବର୍ଷରେ ସବୁ ସୁରକ୍ଷା ବ୍ୟବସ୍ଥା କାଟି ଲୋକ ସଭା ଭିତରେ ପଶିଥିଲେ ଦୁଇ ଦୁର୍ବୃତ୍ତ। କେବଳ ପେଶିଲେନି ଦର୍ଶକ ଗ୍ୟାଲେରୀରୁ ଗୃହ ମଧ୍ୟକୁ ଡେଇଁ ପଡ଼ିଲେ । ଟିଅର ଗ୍ୟାସ ବି ପିଙ୍ଗିଥିଲେ । ଭାଗ୍ୟ ଭଲ ତାଙ୍କ ହାତରେ କିଛି ବୋମା ନଥିଲା କି ବନ୍ଧୁକ ବି ନଥିଲା । ନହେଲେ କଣ ଯେ ସ୍ଥିତି ହୋଇଥାନ୍ତା ତାହା ତ କଳନା କରାଯାଇ ପାରେନା । ଏହି ଘଟଣାରେ ସମସ୍ତେ ହତବାକ୍ ହୋଇଯାଇଥିଲେ ।ସାଂସଦ, ମନ୍ତ୍ରୀ, ବାଚସ୍ପତି ପର୍ଯ୍ୟନ୍ତ ସମସ୍ତେ ଭୟଭୀତ ହୋଇଯାଇଥିଲେ। ସେ ଯାହା ବି ହେଉ ସୁରକ୍ଷା କର୍ମୀ ମାନେ ସେମାନଙ୍କୁ କାବୁ କରିନେଇଥିଲେ ।

ଡିସେମ୍ବର ୧୩, ୨୦୦୧ରେ ଯେତେବେଳେ ସଂସଦରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ସେତେବେଳେ ସଂସଦର ଯେଉଁ ସଂସଦମାନେ ଉପସ୍ଥିତ ଥିଲେ ସେମାନେ ଆଜିର ଆତଙ୍କ ନେଇ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା ସହ ସେଦିନର ଘଟଣା ଓ ଆଜିର ଘଟଣା ମଧ୍ୟରେ ବହୁତ ବଡ଼ ଫରକ ଥିବା କହିଛନ୍ତି। ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ୨୦୦୧ରେ ରେ ଯାହା ଘଟିଥିଲା ତାହା ଆତଙ୍କବାଦୀ ଆକ୍ରମଣ ଥିଲା। ସଶସ୍ତ୍ର ପାକିସ୍ତାନୀ ଆତଙ୍କବାଦୀମାନେ ସଂସଦ ପରିସରର ଫାଟକ ଭିତରକୁ ପଶି ଗୁଳି ଚଳାଇବା ଆରମ୍ଭ କରିଥିଲେ।

ତେବେ ଆଜିର ଅନୁପ୍ରବେଶ ତଥା ଉଲ୍ଲଂଘନ ଏକ ଭିନ୍ନ ପ୍ରକୃତିର ଥିଲା। ଭର୍ତ୍ତୃହରି କହିଛନ୍ତି, ଆଜି‌ ଲୋକସଭାରେ ଗ୍ୟାସ୍‌ ସ୍ପ୍ରେ କରିଥିବା ଅନୁପ୍ରବେଶକାରୀମାନେ ଭାରତୀୟ। ଆଜି ଲୋକସଭାରେ ସଦସ୍ୟମାନେ ହିଁ ଅନୁପ୍ରବେଶକାରୀଙ୍କୁ ପରାସ୍ତ କରି ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିଲେ। ୨୦୦୧ ଆକ୍ରମଣରେ ଗୃହରେ ଆତଙ୍କ ଖେଳିଯାଇଥିଲା। ଆମ ସମସ୍ତଙ୍କୁ ସେଣ୍ଟ୍ରାଲ ହଲକୁ ନିଆଯାଇଥିଲା ଏବଂ ହଲ୍ ପ୍ରଥମେ ସୁରକ୍ଷିତ ଥିଲା । ଅପରାହ୍ନ ପ୍ରାୟ ୫ଟା ବେଳେ ପ୍ରଥମ ବ୍ୟାଚ୍ ସାଂସଦଙ୍କୁ ବାହାରକୁ ପଠାଯାଇଥିଲା ବୋଲି ମହତାବ କହିଛନ୍ତି। ଅନ୍ୟପକ୍ଷରେ ଆଜିର କାଣ୍ଡରେ ଯେଉଁମାନେ ସଂପୃକ୍ତ ସେମାନେ ଚାହିଥିଲେ ଅଧିକ ଅନର୍ଥ ଘଟାଇପାରିଥାନ୍ତେ । ଏମାନଙ୍କ କାର୍ଯ୍ୟ ଏକ ପ୍ରତିବାଦ ଭଳି ଥିଲା ଏବଂ ସୁରକ୍ଷା ବ୍ୟବସ୍ଥାର ଏକ ଉଲ୍ଲଂଘନ ଥିଲା। ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।

 

Leave A Reply

Your email address will not be published.