ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିକାଲି ବଜାରରେ ମିଳୁଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ମାନଙ୍କ ମଧ୍ୟରେ ଫ୍ରୋଜନ୍ ଖାଦ୍ୟ ସାମଗ୍ରୀ ଯେପରିକି ପନିପରିବା ଓ ଫଳମୂଳ ଅନେକ ଚାହିଦା ରହିଛି l ଲୋକେ ଅଧିକ ପରିଶ୍ରମ ନ କରିବା ପାଇଁ ଏହିସବୁ ଫ୍ରୋଜନ୍ ଜିନିଷକୁ ବ୍ୟବହାର କରି ଥାଆନ୍ତି l ସେମାନଙ୍କର ଧାରଣା ରହିଥାଏ ଯେ ଫ୍ରୋଜନ୍ ଜିନିଷ ଶରୀର ପକ୍ଷରେ ଅଧିକ ହିତକର ହୋଇଥାଏ l କାହିଁକି ନା ଏହାକୁ ଫ୍ରିଜରେ ଦୀର୍ଘ ଦିନ ଧରି ରଖି ବ୍ୟବହାର କରି ହୋଇଥାଏ l କାହିଁକି ନା ବ୍ୟସ୍ତ ବହୁଳ ଜୀବନରେ ଫଳ ହେଉ କିମ୍ବା ପନିପରିବା କାଟିବା ପାଇଁ ସମୟର ଆବଶ୍ୟକତା ହୋଇଥାଏ l କିନ୍ତୁ ଫ୍ରୋଜନ୍ ଖାଦ୍ୟକୁ ଗରମ କରି ତୁରନ୍ତ ଖାଇ ହୋଇଥାଏ l କିନ୍ତୁ ଏହିସବୁ ଫ୍ରୋଜନ୍ ଜିନିଷ ଧୀରେ ଧୀରେ ମଣିଷକୁ ରୋଗ ଗ୍ରସ୍ତ କରି ଦେଇଥାଏ ଯାହାକି ସେ ଜାଣିପାରି ନ ଥାଏ l
ତେବେ ଫ୍ରୋଜନ୍ ଫୁଡ କଣ ?
ଫ୍ରୋଜନ୍ ଫୁଡରେ ସେହିସବୁ ଖାଦ୍ୟ ସାମିଲ ରହିଥାଏ, ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ଷ୍ଟୋର କରି ରଖି ହୋଇଥାଏ, ଯାହାକି ସେହି ସମୟରେ ଉପଲବ୍ଧ ହୋଇ ନ ଥାଏ l ଯେଭଳି ବିଶେଷ ଭାବରେ ବ୍ରକୋଲି, ମଟର, ଭେଣ୍ଡି ଓ ବିଭିନ୍ନ ପ୍ରକାରର ଛୁଇଁକୁ ଫ୍ରୋଜନ୍ ମାଧ୍ୟମରେ ଦୀର୍ଘ ଦିନ ଧରି ଷ୍ଟୋର କରି ରଖାଯାଇଥାଏ l ଏହାଛଡା ରେଡି ଟୁ ଇଟ ଭଳି ଖାଦ୍ୟ ଯେପରିକି ମାଛ ତରକାରୀ, ଅଣ୍ଡା ତରକାରୀ ଇତ୍ୟାଦି ମଧ୍ୟ ମିଳିଥାଏ, ଯାହାକୁ ଜଣେ ବ୍ୟକ୍ତି କେବଳ ଗରମ କରି ଖାଏ l ଆଜିକାଲି ଆଉ ମସଲା ବାଟିବାକୁ ମଧ୍ୟ ପଡୁ ନାହିଁ l ବଜାରରେ ଫ୍ରୋଜନର ମସଲା ବଟା ମଧ୍ୟ ଉପଲବ୍ଧ ହେଉଛି l ଏହା ସବୁ ଏଭଳି ଖାଦ୍ୟ ସାମଗ୍ରୀ ଯାହାକୁ ଭବିଷ୍ୟତ ପାଇଁ ସଂରକ୍ଷିତ କରି ରଖିବା ପାଇଁ ପ୍ରିଜର୍ଭ ଭେଟିବର ବ୍ୟବହାର ହୋଇଥାଏ l
ଏହା ଆମେ ସମସ୍ତେ ଜାଣିଛୁ ଯେ ଘରେ ପ୍ରସ୍ତୁତ ହେଉଥିବା ଗରମା ଗରମ ଖାଦ୍ୟ ପୋଷାକ ତତ୍ତ୍ୱରେ ସମ୍ପନ୍ନ ହୋଇଥାଏ l କିନ୍ତୁ ଫ୍ରୋଜନ୍ ଫୁଡରେ ପୋଷାକ ତତ୍ତ୍ୱରେ ଭରପୁର ମାତ୍ରାରେ ମିଳିନଥାଏ l
ଗବେଷକଙ୍କ ମତରେ କୁହାଯାଇଛି ଯେ ଫ୍ରୀଜିଙ୍ଗ ପ୍ରୋସେସରେ ଖାଦ୍ୟର ନ୍ୟୁଟ୍ରିସନ ଭାଲ୍ୟୁ ଖୁବ କମି ଯାଇଥାଏ l ତେଣୁ ଏହାକୁ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷରେ ହିତକର ନୁହେଁ l
ଫ୍ରୋଜନ୍ ଫୁଡ ପ୍ୟାକିଙ୍ଗ ସମୟରେ ନିଜର ଭିଟାମିନ ସି ଗୁଣ ହ୍ରାସ କରିଥାଏ, ଯାହାକୁ ଖାଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ l ତେଣୁ ଫ୍ରୋଜନ୍ ଫୁଡ ସେବନ କରିବା ଉଚିତ ନୁହେଁ l
ଫ୍ରୋଜନ୍ ଫୁଡ ଅଧିକ ସେବନ କରିବା ଦ୍ୱାରା ପାଚନ ତନ୍ତ୍ର ପ୍ରଭାବିତ ହୋଇଥାଏ l ଖାଦ୍ୟ ଠିକ ଭାବରେ ହଜମ ହୋଇ ନଥାଏ l ଗ୍ୟାସ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ l ଉଚ୍ଚ ରକ୍ତଚାପ ସମସ୍ୟା ମଧ୍ୟ ହୋଇଥାଏ l