ଓଟିଇଟି ପରୀକ୍ଷାକୁ ନେଇ ବଡ଼ ଖବର, ଜାଣନ୍ତୁ କ’ଣ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା -୨୦୨୨ ପରୀକ୍ଷା ଲାଗି ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଏବଂ ଏମ୍‌ଏଡ୍‌ ଡିଗ୍ରୀଧାରୀଙ୍କୁ ସୁଯୋଗ ଦିଆଯାଇଛି । ପୂର୍ବରୁ ଉକ୍ତ ଡିଗ୍ରୀଧାରୀମାନେ ଓଟିଇଟି ଆବେଦନରୁ ବଞ୍ଚିତ ହୋଇଆସୁଥିଲେ । ତେବେ ଏମାନଙ୍କୁ ଓଟିଇଟି ପରୀକ୍ଷା ଦେବା ପାଇଁ ସୁଯୋଗ ଦେବା ଲାଗି ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବା ପରେ ଆସନ୍ତା ୨୩ ତାରିଖରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ଦ୍ୱାରା ପରିଚାଳିତ ହେବାକୁ ଥିବା ଓଟିଇଟି-୨୦୨୨କୁ ଜୁଲାଇ ୧ ତାରିଖକୁ ଘୁଞ୍ଚାଇ ଦିଆଯାଇଛି ।

ଏ ନେଇ ବୋର୍ଡ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂତନ ବିଜ୍ଞପ୍ତି ଆଧାରରେ ଫର୍ମ ପୂରଣ କରିପାରିନଥିବା ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଏବଂ ଏମ୍‌ଏଡ୍‌ ଯୋଗ୍ୟତାଧାରୀମାନଙ୍କୁ ଆବେଦନ ଲାଗି ବୋର୍ଡ ପକ୍ଷରୁ ସମୟ ଦିଆଯାଇଛି ।

ଆସନ୍ତା ୧୨ ତାରିଖରୁ ୧୬ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସେମାନେ ଆବେଦନ କରି ପାରିବେ । ଓଟିଇଟି-୨୦୨୨ର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାର କାଟାଗୋରି-୧ରେ ଆବେଦନ ଲାଗି ପ୍ରାର୍ଥୀ ୩ ବର୍ଷୀୟା ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ସହ ପିଜିରେ ୫୫ ପ୍ରତିଶତ ନମ୍ବର କିମ୍ବା ଏମ୍‌ଏଡ୍‌ ଡିଗ୍ରି ହାସଲ କରିଥିିବା ଆବଶ୍ୟକ । କାଟାଗୋରି-୨ରେ ଆବେଦନ ଲାଗି ଦୁଇ ବର୍ଷୀୟା ବିଏଡ୍‌ ଡିିଗ୍ରୀ ସହ ପିଜିରେ ୫୦ ପ୍ରତିଶତ ନମ୍ବର କିମ୍ବା ୩ ବର୍ଷୀୟା ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ସହ ପିଜିରେ ୫୫ ପ୍ରତିଶତ ନମ୍ବର କିମ୍ବା ଏମ୍‌ଏଡି ଡିଗ୍ରୀ ରହିଥିବା ଆବଶ୍ୟକ ।

Leave A Reply

Your email address will not be published.