ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ 4 ହଜାର କୋଟି ଯୋଜନାର ଆୟୁଷ କେତେ? କଂଗ୍ରେସ କଲା ପ୍ରଶ୍ନ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  କ୍ୟାବିନେଟରେ ନିଷ୍ପତି ହୋଇଥିବା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀ। ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ 4 ହଜାର କୋଟି ଯୋଜନାର ଆୟୁଷ କେତେ? ଏହାର ଟେଣ୍ଡର ହେବ ନା ନାହିଁ ? ନିର୍ବାଚନ ଆସିଲେ ନବୀନ ବାବୁ ଙ୍କ ମନେ ପଡେ ଆଗରୁ ପିଠା, କାଳିଆ, ଆମ ସ୍କୁଲ ନିର୍ବାଚନ ଆସିଲେ ଘୋଷଣା ହୁଏ। ନିର୍ବାଚନ ସରିଲେ ଯୋଜନା ବନ୍ଦ। 24 ବର୍ଷ ପରେ ଆଜି ମନେ ପଡିଲା ନୂତନ ଓଡ଼ିଶା ଗଠନ ପାଇଁ। ପୂର୍ବରୁ କେଉଁ ଓଡ଼ିଶା ଥିଲା। ପ୍ରମାଣ ଯେ ଓଡ଼ିଶାରେ ବିକାଶ ହୋଇନାହିଁ ତେଣୁ 4 ହଜାର କୋଟି ଘୋଷଣା। ଏହା ନିର୍ବାଚନ ଙ୍କୁ ଆଖିଆଗରେ ରଖି। ଏଠୁ ବଡ଼ ବାବୁ ଯିବେ ମୁଖ୍ୟମନ୍ତ୍ରୀ ଏଠୁ କହିବେ ଆପଣ ମାନେ ଖୁସିତ। ପ୍ରତ୍ୟେକ ବ୍ଲକ, ପଞ୍ଚାୟତ ରେ ଏ ପଇସାରେ ଶୀତଳ ଭଣ୍ଡାର କରିଥିଲେ ଭଲ ହୋଇଥାନ୍ତା।

ବଡ଼ ବଡ଼ ସ୍କିନ ଲଗେଇବେ ସରକାରୀ ଖର୍ଚ୍ଚ ରେ ବାବୁ ଘୋଷଣା କରିବେ। 12 ହଜାର ସ୍କୁଲ ରେ ଭଙ୍ଗା ଘର। ଏହା କେଉଁ ପ୍ରକାର ସରକାର ଜନ ସାଧାରଣ ଚିନ୍ତା କରନ୍ତୁ। 24 ବର୍ଷ ହେଇଗଲା ନବୀନ ବାବୁ ନିର୍ବାଚନ ଆସିଲେ ଯୋଜନା କାହିଁକି ମନେ ପଡେ। 24 ବର୍ଷ ରେ ବିକାଶ ହୋଇଥିଲେ ଏ ଯୋଜନା କଁ ପାଇଁ।  ଜଗନ୍ନାଥ ସଂସ୍କୃତିକୁ କାମ କରିବେ ମଠ ମନ୍ଦିର ଭାଂଗିକି। କୋର୍ଟ ନିର୍ଦ୍ଧେଶ ପରେ ରତ୍ନ ଭଣ୍ଡାର ଖୋଲୁନାହିଁ ନବୀନ ଙ୍କ ଠାରୁ ଆଉ କଣ ଆଶା? ଧର୍ମ ନାଁ ରେ ନିର୍ବାଚନ ବୈତରଣୀ ପାର ପାଇଁ ଏହି ଯୋଜନା। 24 ଲୋକେ ଜବାବ ଦେବେ 24 ରେ ସରକାର ପରିବର୍ତ୍ତନ ହେବ।

4 ହଜାର କୋଟି ର ନୁଆଁ ଯୋଜନା ଏହାର ଉଦେଶ୍ୟ ବିଜେଡି କର୍ମୀ ଙ୍କୁ ପୋଷିବା ଲୋକଙ୍କ ଅର୍ଥ ରେ ବିଜେଡି କୁ ଜିତେଇବା ପାଇଁ ତରବରିଆ ଭାବରେ ଘୋଷଣା କରିଛନ୍ତି। 4 ହଜାର କୋଟି ଟଙ୍କା ରେ 1 ହଜାର ଶୀତଳ ଭଣ୍ଡାର ଘୋଷଣା ହୋଇପାରିଥାନ୍ତା… କାହିଁକି କଲେନି ଏହା ବିଜେଡି ର ନିର୍ବାଚନୀ ଇସ୍ତାହାର ଥିଲା। Pgi ରିପୋର୍ଟ 1 ବର୍ଷ ରେ ଖସିଲା 50 ହଜାର ସ୍କୁଲ ଭିତରୁ 41 ହଜାର କ୍ଲାସ ରେ ଅଲଗା କ୍ଲାସ ରୁମ ନାହିଁ। ଏହି ଟଙ୍କା ରେ ଗୋଟିଏ ଦୁଇଟି କ୍ଲାସ ରୁମ ହୋଇପାରିଥାନ୍ତା। ଶିକ୍ଷାର ଇଣ୍ଡେକ୍ସ ଖସିବା କାରଣ ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ। 53 ହଜାର ଶିକ୍ଷକ ପଦବୀ ଖାଲି। ଲୁଟ କରିବା ପାଇଁ ଏହି ଯୋଜନା ଘୋଷଣା କରାଯାଉଛି। ଅନେକ ସମସ୍ୟା ଥିଲେ ବି ସମସ୍ୟା ର ଉତ୍ତର ବିଜେଡି ପାଖରେ ନା।

Leave A Reply

Your email address will not be published.