ଓଡ଼ିଆ ନ୍ୟୁଜ୍: ଭାରତର ଯୁଦ୍ଧ ସଜବାଜ । କୌଣସି ସମୟରେ ବାଜିପାରେ ୱାର ସାଇରନ। ପହଲଗାମ ଆକ୍ରମଣର ବଦଲା ନେବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ଭାରତ । ବୁଧବାର ସାରା ଦେଶରେ ହେବ ମକଡ୍ରିଲ । ତିନୋଟି କାଟେଗାରିରେ ହେବ ମକଡ୍ରିଲ । ଓଡ଼ିଶାକୁ ମଧ୍ୟ ଏହାରି ଭିତରେ ସାମିଲ କରାଯାଇଛି । ରାଜ୍ୟର ୧୨ଟି ସହରରେ ଏହି ମକଡ୍ରିଲ ହେବ । ମକଡ୍ରିଲ ସାଇରନ ବାଜିଲେ ଲୋକେ କ’ଣ କରିବେ କ’ଣ ନ କରିବେ ତାହା ମଧ୍ୟ ଜଣାଇଦିଆଯାଇଛି।
ସାଇରନ ବାଜିଲେ କ’ଣ କରିବେ?
-ସାଇରନ ବାଜିଲେ ବିଚଳିତ ହେବେ ନାହିଁ
-ସାଇରନ ବାଜିଲେ ଘରୁ ବାହାରିବେ ନାହିଁ
-୫ରୁ ୧୦ ମିନିଟ ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବେ
-କଂକ୍ରିଟ ଛାତ ତଳେ ରହିବେ
-ଟିଭି, ରେଡିଓ ଓ ସରକାରୀ ଆଲର୍ଟକୁ ଧ୍ୟାନ ଦେବେ
-ପ୍ରଶାସନିକ ନିଦେ୍ର୍ଦଶକୁ ପାଳନ କରିବେ
-ସାଇରନ ବିଜିଲେ ଶାନ୍ତ ରହିବେ
-ଗୁଜବକୁ ଧ୍ୟାନ ଦେବେ ନାହିଁ
କାହିଁକି ବାଜିବ ଯୁଦ୍ଧ ସାଇରନ?
-ବିପଦ ସମୟରେ ଲୋକଙ୍କ ସଚେତନ କରାଇବା ପାଇଁ ସାଇରନ ବ୍ୟବହାର କରାଯାଏ
-ଲୋକଙ୍କୁ ବିପଦ ସମୟରେ ସଜାଗ କରିବା ସାଇରନର ଲକ୍ଷ୍ୟ
-ସାଇରନର ତୀବ୍ରତା ୧୨୦ରୁ ୧୪୦ ଡେସିବଲ ହୋଇଥାଏ
-ଯୁଦ୍ଧ, ଏୟାରଷ୍ଟ୍ରାଇକ କିମ୍ବା ବଡ଼ ବିପଦରେ ସାଇରନ ବଜାଇ ସତର୍କ କରାଯାଏ
-ସାଇରନ ଶଦ୍ଦ ଉପର ତଳ ହେବା ଦ୍ୱାର ଭିନ୍ନ ଅନୁଭବ ହୁଏ