ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଏ ବର୍ଷର ପ୍ରଥମ ସୂର୍ଯ୍ୟୋପରାଗକୁ ହାଇବ୍ରିଡ଼ ସୂର୍ଯ୍ୟପରାଗ ବୋଲି କୁହାଯାଉଛି। ଏହା ଏପ୍ରିଲ ୨୦ ତାରିଖରେ ପଡ଼ୁଛି। ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ ଏହି ସୂର୍ଯ୍ୟ ପରାଗ ଦେଖାଯିବ। ସମୟ ସକାଳ ୭.୫ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଏହି ପରାଗ ରହିଛି। ସୂର୍ଯ୍ୟପରାଗର ଅବଧି ମୋଟ ୫ ଘଣ୍ଟା ୨୪ ମିନିଟ ରହିଛି। ତେବେ ଏହାର ସୂତକ କାଳ ଭାରତରେ ମାନ୍ୟ ହେବ ନାହିଁ ।
ଯେତେବେଳେ ସୂର୍ଯ୍ୟ ମେଷ ରାଶିରେ ରହିବେ, ସେତେବେଳେ ସୂର୍ଯ୍ୟୋପରାଗ ଆରମ୍ଭ ହେବ ବୋଲି ସୂଚନା ରହିଛି। ଏହା ତିନି ପ୍ରକାରରେ ଦେଖାଯିବ। ଆଂଶିକ, ପୂର୍ଣ୍ଣ ଓ କୁଣ୍ଡଳାକାର।ଗତ ହାଇବ୍ରିଡ ସୂର୍ଯ୍ୟୋପରାଗ ୨୦୧୩ ନଭେମ୍ବର ୩ ତାରିଖରେ ହୋଇଥିଲା। ୨୦୨୩ ପରେ ପୁଣି ଏହା ୨୦୩୧ ନଭେମ୍ବର ୧୪ରେ ହେବ ବୋଲି କୁହାଯାଉଛି।
ଏହି ହାଇବ୍ରିଡ ସୂର୍ଯ୍ୟୋପରାଗକୁ ଦକ୍ଷିଣ ପ୍ରଶାନ୍ତ ମହାସାଗର ଦେଶମାନଙ୍କରେ ଅର୍ଥାତ ଚୀନ, ଆମେରିକା, ମାଇକ୍ରୋନେସିଆ, ମାଲେସିଆ, ଫିଜି, ଜାପାନ, ସମୋଆ, ସୋଲୋମନ, ବରୁନି, ସିଙ୍ଗାପୁର, ଥାଇଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଭିଏତନାମା, ତାଇବାନ, ପାପୁଆ ନ୍ୟୁ ଗିନି, ଇଣ୍ଡୋନେସିଆ, ଫିଲିପାଇନ୍ସ, ଦିକ୍ଷିଣ ହିନ୍ଦ ମହାସାଗର ଅଞ୍ଚଳର ବାସିନ୍ଦା ଦେଖିବାକୁ ପାଇବେ।
କିନ୍ତୁ ଖାଲି ଆଖିରେ ଏହି ସୂର୍ଯ୍ୟୋପରାଗକୁ ଦେଖିବାକୁ ବାରଣ କରାଯାଇଛି। କାରଣ ଖାଲି ଆଖିରେ ଦେଖିଲେ ଏହା ଆଖି ଉପରେ ଖୁବ ଖରାପ ପ୍ରଭାବ ପକାଇଥାଏ ।