ପୁଅକୁ ସର୍ବସ୍ବ ଦେଇ ନିସ୍ବ ହେଇଗଲେ ବାପା ମାଆ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ପୁଅକୁ ସର୍ବସ୍ବ ଦେଇ ନିସ୍ବ ହେଇଗଲେ ଆଜି ଏଦୁଆର ସେଦୁଆର ବାପା ମାଆ | ଏଭଳି ଏକ ଘଟଣା ଘଟିଛି ରାଜକନିକା ଥାନା ଅନ୍ତର୍ଗତ ମନ୍ତପଡା ଗ୍ରାମରେ | ମନ୍ତପଡା ଗ୍ରାମର ଜଣେ ୭୫ ବର୍ଷୀୟା ବୃଦ୍ଧା ମହିଳା ନିଜ ପୁଅ ନାମରେ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି | ଅଭିଯୋଗ ଅନୁଯାଇ ବୃଦ୍ଧା ମାଆ ସ୍ୱପ୍ନାରାଣୀ ଏବଂ ୯୦ ବର୍ଷୀୟ ବୃଦ୍ଧ ବାପା ଦୈତାରୀ ପିଲାମାନଙ୍କ ସହିତ ୧୫ ବର୍ଷ ତଳେ ହସଖୁସିରେ ଚଳୁଥିଲେ |

ରାଜକନିକା ବ୍ଲକ ଅନ୍ତର୍ଗତ କାଳିକାପୁର ପ୍ରାଥମିକ ବିଦ୍ୟାଳୟ ରେ ଦୈତାରୀ କାର୍ଯ୍ୟରତ ଥିବା ସମୟରେ ବଡ଼ପୁଅ କ୍ଷିତୀଶ ର ମନ୍ତ୍ରଣା ରେ ଆସି ନିଜେ କରିଥିବା ଚାକିରୀ ପୁନଃଥଇଥାନ ଆଇନ ବଳରେ ବଡପୁଅ କ୍ଷିତୀଶ କୁ ଦେଇଥିଲେ | କିନ୍ତୁ ଆଜି ସେଇ ବଡପୁଅ ମାଡ଼ ମାରି ବାପାମାଆ ଙ୍କୁ ଲହୁଲୁହାଣ କରିବା ସହିତ ବାପାମାଆ ଝାଳବୁହା ପରିଶ୍ରମରେ କରିଥିବା ଘରୁ ମଧ୍ୟ ତଡି ଦେଇଥିବା ନେଇ ସ୍ୱପାରାଣୀ ଏବଂ ଦୈତାରୀ ଲୋକଅଦାଲତ ର ଆଶ୍ରୟ ନେଇଥିଲେ | କ୍ଷିତୀଶ କୁ ଡକା ଡକାହେବାରୁ ସାତ ଦିନ ମଧ୍ୟରେ ବାପାମାଆଙ୍କୁ ଘର ହସ୍ତାନ୍ତର କରିବେ ବୋଲି ରାଜିନାମା ଅଦାଲତ କୁ ଲେଖିଦେଇଥିଲେ |

କିନ୍ତୁ ଘର ହସ୍ତାନ୍ତର କରିବା ପରିବର୍ତ୍ତେ ଦୁଇ ମାସ ହେଲା ଜୋର ଜବରଦସ୍ତ ସେଇ ଘରେ ରହିବା ସହିତ ଯଦି ବୃଦ୍ଧ ଵପା ଓ ମାଆ ଘରକୁ ଆସନ୍ତି ମାରି ଫିଙ୍ଗିଦେବାର ଧମକ ଦେବାରୁ ବୃଦ୍ଧା ମାଆ ସ୍ୱପାରାଣୀ ଆଜି ଜିଲ୍ଲାପାଳଙ୍କ ଆଶ୍ରୟ ଲୋଡିଛନ୍ତି | ଉପଜିଲ୍ଲାପାଳ ରବୀନ୍ଦ୍ର ପ୍ରଧାନ ବୃଦ୍ଧା ଲିଖିତ ଅଭିଯୋଗ ଗ୍ରହଣ କରିବା ସହିତ ଏହା ଉପରେ ତୁରନ୍ତ ବିହିତ କାର୍ଯ୍ୟାନୁଷ୍ଠାନ ସହିତ ବୃଦ୍ଧ ବୃଦ୍ଧାଙ୍କ ଥଇଥାନ ର ବ୍ୟବସ୍ତା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି |

Leave A Reply

Your email address will not be published.