କେବେ ଆରମ୍ଭ ହେବ ସରକାରୀ ସ୍କୁଲ ମାନଙ୍କରେ ନୂଆ ଶିକ୍ଷାବର୍ଷ ? ସ୍କୁଲମାନଙ୍କରେ କେବେ ଠୁ ଆରମ୍ଭ ହେବ ୨୦୨୨-୨୩ ପାଇଁ ପାଠପଢା? ପ୍ରଶ୍ନକଲେ ଅଭିଭାବକ ସଂଘ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  କେବେ ଆରମ୍ଭ ହେବ ସରକାରୀ ସ୍କୁଲ ରେ ନୂଆ ଶିକ୍ଷାବର୍ଷ ? କେବେଠାରୁ ୨୦୨୨-୨୩ପାଇଁ ପିଲାଏ ପଢିବେ ପାଠ? ସାରା ଦେଶରେ ନୂଆ ଶିକ୍ଷାବର୍ଷ ଏପ୍ରିଲ ପହିଲାରୁ ଆରମ୍ଭ ହୋଇଛି, ହେଲେ ରାଜ୍ୟରେ ଚାଲିଛି ପୁରୁଣା ପାଠର ପୁନରାବୃତ୍ତି। ନବମ ଶ୍ରେଣୀ ର ସମେଟିଭ ପରୀକ୍ଷା ଆସନ୍ତା ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ଏପ୍ରିଲ ୨୯ ରୁ ଆରମ୍ଭ ହେବ ଦଶମ ଶ୍ରେଣୀ ସମେଟିଭ୨ ପରୀକ୍ଷା। ସେଥିପାଇଁ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରାଯାଉଛି। ପିଲାଙ୍କ ପାଠ୍ୟକ୍ରମ କମିଯାଇଥିବାରୁ ପାଠପଢା ସରିଲାଣି। ଏବେ ଚାଲିଛି ପିଲାଙ୍କ ରିଭିଜନ୍। ସେହିଭଳି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠପଢା ଚାଲିଥିବାବେଳେ ପରୀକ୍ଷା ନେଇ ବର୍ତ୍ତମାନ କୌଣସି ନିଷ୍ପତି ନେଇନି ଗଣଶିକ୍ଷା ବିଭାଗ।

ସେପଟେ ସି.ବି.ଏସ.ଇ ଏବଂ ଆଇ.ସି.ଏସ.ଇ ତଥା ଘରୋଇ ବିଦ୍ୟାଳୟ ଗୁଡିକରେ ଏପ୍ରିଲ ୪ ତାରିଖରୁ ରାଜ୍ୟରେ ନୂଆ ଶିକ୍ଷାବର୍ଷ ପାଇଁ ଆରମ୍ଭ ହୋଇଛି ପାଠପଢା। ତେବେ ନୂଆ ଶିକ୍ଷାବର୍ଷ କେବେଠୁ ଆରମ୍ଭ ହେବ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପରୀକ୍ଷା କେବେ ହେବ କାହିଁକି ସ୍ପଷ୍ଟ କରୁନାହାନ୍ତି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ବୋଲି ବିଭିନ୍ନ ମହଲରୁ ଉଠିଛି ପ୍ରଶ୍ନ। ଅନ୍ୟପଟେ ସିବିଏସଇ ର ପାଠପଢା ସବୁବେଳେ ଠିକ୍ ସମୟରେ ହୋଇଥାଏ। ତେଣୁ ଚଳିତବର୍ଷ ମଧ୍ଯ ଠିକ୍ ସମୟରେ ହୋଇଥିବା କହିଛନ୍ତି ମଦର୍ସ ପବ୍ଲିକ୍ ସ୍କୁଲ୍ ର ପ୍ରଧାନ ଶିକ୍ଷୟତ୍ରୀ।

ପ୍ରତ୍ୟେକବର୍ଷ ଏପ୍ରିଲ ୨ ତାରିଖରୁ ରାଜ୍ୟରେ ନୂଆ ଶିକ୍ଷାବର୍ଷ ଆରମ୍ଭ ହୁଏ। ହେଲେ ବିଗତ ୨ ବର୍ଷ ହେଲା କୋଭିଡ ସବୁ ସିଷ୍ଟମ୍ କୁ ବିଗାଡି ଦେଇଛି।ଏବେ ବି ସରକାରୀ ସ୍କୁଲ ରେ ପୁରୁଣା କୋର୍ସ ଶେଷ ହୋଇନଥିବା ଜଣାଯାଇଛି। ଏଣୁ ରାଜ୍ୟରେ ଉଭୟ ଇଂରାଜୀ ମାଧ୍ୟମିକ ଘରୋଇ ସ୍କୁଲ ଓ ସରକାରୀ ସ୍କୁଲ ପାଇଁ ଗୋଟିଏ ନିୟମ ରେ ନୂଆ ଶିକ୍ଷାବର୍ଷ ଆରମ୍ଭ କରିବା ପାଇଁ ଦାବି କରିଛି ଅଭିଭାବକ ସଙ୍ଘ। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ନୂଆ ଶିକ୍ଷାବର୍ଷ ନେଇ ଶୀଘ୍ର ସ୍ପଷ୍ଟ କରି ବିଜ୍ଞପ୍ତି ଜାରି କରିବାକୁ ଅଭିଭାକମାନେ କହିଛନ୍ତି।

ସେପଟେ ଶିକ୍ଷାବିତ ମଧ୍ୟ କହିଛନ୍ତି ଯେ କୋଭିଡ ପାଇଁ ସିଲାଵସ କୁ ୩୦% କମ କରାଯାଇଥିଲା। ସେହି ଆଧାରରେ ବର୍ତ୍ତମାନ ପରୀକ୍ଷା କରି ପିଲାଙ୍କର ନୂଆଶିକ୍ଷା ବର୍ଷ ଆରମ୍ଭ ହେବା କଥା। ନଚେତ ରାଜ୍ୟରେ ପିଲାମାନେ ଶିକ୍ଷାବର୍ଷ ଓ ପାଠପଢା ରେ ପଛୁଆ ରହିଯିବେ। ପ୍ରତିବର୍ଷ ମେ ୫ ତାରିଖରୁ ଜୁନ୧୬ ଯାଏଁ ଖରା ଛୁଟି ହୋଇଥାଏ। ଏଥର ମେ ମାସରେ ବୋର୍ଡ଼ ପରୀକ୍ଷା ଚାଲୁ ରହିବା ରୁ ଖରା ଛୁଟି କେବେ ହେବ ଓ ତା ପର ଶିକ୍ଷାବର୍ଷ କେବେ ଆରମ୍ଭ ହେବ ତାକୁ ନେଇ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି।

Leave A Reply

Your email address will not be published.