ମାଙ୍କ ମୃର୍ତ୍ତି ପାଇଁ କେଉଁଠୁ ଆସେ ପ୍ରଥମ ମାଟି

ଧରାପୃଷ୍ଠକୁ ଅବତରଣ କରିବେ ମା ଦୁର୍ଗା

0

ଓଡ଼ିଆ ନ୍ୟୁଜ, ଓଡିଶା: ଆସିଲାଣି ପାର୍ବଣର ଋତୁ । ଆଉ କିଛି ଦିନରେ ଧରାପୃଷ୍ଠକୁ ଅବତରଣ କରିବେ ମା ଦୁର୍ଗା । ସେଥିପାଇଁ ଚଳଚଂଚଳ ହୋଇ ଉଠିଛି ପୁରପଲ୍ଲୀ । ଚାରିଆଡେ ମା ଦୁର୍ଗାଙ୍କ ଅଗମନ ପାଇଁ ଚାଳିଛି ଜୋରସୋର ପ୍ରସ୍ତୁତି । ତେବେ କଣ ଆପଣ ଜାଣନ୍ତିକି ମାଙ୍କ ମୃର୍ତି ଗଢିବା ପାଇଁ ପ୍ରଥମ ମାଟି କେଉଁଠାରୁ ଆସେ । ଆମେ ଶୁଣିଛେ ମାଙ୍କ ମୃର୍ତି ପାଇଁ ପ୍ରଥମ ମାଟି ବୈଶ୍ୟା ଶାଳରୁ ଆସିଥାଏ । ଆସନ୍ତୁ ଜାଣିବା କାହିଁକି ବେଶ୍ୟା ଶାଳ ମାଟିକୁ ମାଙ୍କ ମୃର୍ତି ତିଆରି ପାଇଁ ବ୍ୟବହାର କରାଯାଏ । ମା ଦୁର୍ଗା ହେଉଛି ଆଦିଶକ୍ତି । ମାଦୁର୍ଗା ହେଉଛନ୍ତି ପବିତ୍ର ସତୀଙ୍କ ଅବତାର । ତେବେ ଏହି ପବିତ୍ର ପୂଜାରେ ବେଶ୍ୟାଶାଳରୁ ମାଟି କାହିଁକି ଆସେ । ତେବେ ସମାଜରେ ବେଶ୍ୟାବୃତିକୁ କୁନଜର ରେ ଦେଖାଯାଏ । ସମାଜରେ ସେମାନଙ୍କୁ ଅପବିତ୍ର, ନୀଚ ଓ ଖରାପ ଏବଂ ଘୃଣା ନଜରରେ ଦେଖନ୍ତି । ତାହେଲେ ମାଦୁର୍ଗାଙ୍କ ପାଇଁ କିପରି ଏହି ସ୍ଥାନରୁ ମାଟି ଆସେ ତାହା ଅତ୍ୟନ୍ତ ରହସ୍ୟମୟ । ଯେଉଁ ବେଶ୍ୟାଶାଳକୁ ସମାଜ ଅପବିତ୍ରର ଆଖ୍ୟା ଦେଇଛି ସେହି ସ୍ଥାନରୁ ହିଁ ମାଟି ଆସି ମାଙ୍କ ମୃର୍ତି ତିଆରି କରାଯାଉଛି । ଏହାପଛରେ ରହିଛି ପୁରାଣ କାହାଣୀ ।

ଆସନ୍ତୁ ଜାଣିବା କଣ ରହିଛି ଏହାର କାହାଣୀ । ଗୋଟିଏ ବେଶ୍ୟା ମା ଦୁର୍ଗାଙ୍କର ବହୁତ ବଡ ଭକ୍ତ ଥିଲା । ସେ ଅତି ଶ୍ରଦ୍ଧାର ସହ ମାଙ୍କୁ ପୂଜା କରୁଥିଲା । କିନ୍ତୁ ସେ ବେଶ୍ୟା ହେବା କାରଣରୁ ତାଙ୍କ ଭକ୍ତିକୁ ଲୋକମାନେ ଘୃଣା କରୁଥିଲେ । ଜଣେ ବେଶ୍ୟା ହେବା କାରଣରୁ କଣ ସେ ମାଙ୍କ ପୂଜା କରିପାରିବନି ଭାବି ସେ ଦୁଃଖ ପ୍ରକାଶ କରୁଥିଲା । ଓ ତାଙ୍କ ଭକ୍ତି ଭାବନାକୁ କାହିଁକି ଲୋକମାନେ ବୁଝିପାରୁନାହାନ୍ତି ଭାବି ସେ ମାଙ୍କ ନିକଟରେ ବସି କାନ୍ଦୁଥିଲା ।

ଦିନେ ମାଦୁର୍ଗା ବେଶ୍ୟାର ଦୁଃଖ ଶୁଣି ହଠାତ ପ୍ରକଟ ହେଲେ ଓ ଆଶୀର୍ବାଦ ଦେଇ କହିଥିଲେ ଆଜିଠାରୁ ଯେତେବେଳେ ବି ମାଙ୍କ ପୂଜା ହେବ ମାଙ୍କ ପ୍ରତିମାକୁ ତିଆରି କରିବା ପାଇଁ ପ୍ରଥମ ମାଟି ବେଶ୍ୟାଳୟରୁ ଅଣାଯିବ । ବିନା ବେଶ୍ୟାଳୟ ମାଟିରେ ତାଙ୍କର ପ୍ରତିମା ତିଆରି ହୋଇପାରିବ ନାହିଁ । ସେଇଦିନ ଠାରୁ ଦୁର୍ଗା ପୂଜାରେ ବେଶ୍ୟାଳୟରୁ ପ୍ରଥମ ମାଟି ଆସି ମାଙ୍କ ମୃର୍ତି ଗଢା ଦୁଏ । ଏହାଛଡା ଅନେକ ଆହୁରି ମାନ୍ୟତା ରହିଛି । ଆମ ଭାରତରେ ସବୁଠାରୁ ବଡ ଦୁର୍ଗା ପୂଜା ପଶ୍ଚିମବଙ୍ଗରେ ପାଳନ କରାଯାଏ । ଓ ବଙ୍ଗାଳି ପରମ୍ପରା ଅନୁସାରେ ଏହା କୁହାଯାଇଛି ଯେ, ଗୋମୃତ୍ର, ଗୋବର, କାଠ, ସିନ୍ଦୁର, ଧାନ, ପବିତ୍ର ନଦୀ ମାଟି, ବିଶେଷ ବନସ୍ପତି, ଜଳ ଓ ବେଶ୍ୟାଳୟର ମାଟି ମିଶି ମାଙ୍କ ମୃର୍ତି ତିଆରି ହୋଇଥାଏ ।

Leave A Reply

Your email address will not be published.