ଏତେ କାଣ୍ଡ ଘଟିଲା ପରେ କେଉଁଠି ଅଛନ୍ତି ପ୍ରକୃତି ଓ ବବୁସାନ୍, କେବଳ ସୋସିଆଲ ମିଡିଆରେ ଛାଡ଼ୁଛନ୍ତି ଭିଡ଼ିଓ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଗତ କାଲି ବାବୁ ସାନ ଙ୍କ ପ୍ରକୃତି ଙ୍କ ଭିଡିଓ ଭାଇରାଲ ହେଲା ପରେ ଥାନାର ଦ୍ଵାରସ୍ତ ହୋଇଥିଲେ ପ୍ରକୃତିକ ବାପା ମନ୍ମଥ ମିଶ୍ର ପରେ ବାବୁ ସାନ ଙ୍କ ପତ୍ନୀ ତୃପ୍ତି ଏବଂବାବୁ ସାନ ଙ୍କ ଅପରାଜିତା ମହାନ୍ତି ତୃପ୍ତୀ ଙ୍କ ବାପା ମା ମଧ୍ୟ ଯାଇଥିଲେ ଖାର ବେଳ ନଗର ଥାନାକୁ, ଦୁଇ ଟି ପରିବାର ପରସ୍ପର ବିରୋଧ ରେ ଥାନା ରେ ଏତଲା ମଧ୍ୟ ଦେଲେ । କିନ୍ତୁ ପ୍ରଶ୍ନ ଉଠୁଛି ତୃପି ଙ୍କ କହିବା ଅନୁସାରେ ବାବୁ ସାନ ବି ଘରେ ରହୁନଥିଲେ, ନା ତାଙ୍କ ଘରେ ରହୁଥିଲେ ନା ତାଙ୍କ ବାପା ମା ଅପରାଜିତା ମହନ୍ତି ଉତ୍ତମ ମହାନ୍ତିଙ୍କ ପାଖରେ ମଧ୍ୟ ନ ରହୁଥିଲେ ,ପ୍ରକୃତି ବି ସେପରି ଭୁନେଶ୍ବରସ୍ଥିତ ତାଙ୍କ ବାପା ମା ଙ୍କ ଘରେ ରହୁନଥିଲେ ଅଲଗା ରହୁଥିଲେ । କାଲି ଏତେ ସବୁ ଘଟଣା ଘଟିଲା ପରେ ଉଭୟ ଗଲେ କୁଆଡେ ?ଆଜି ସକାଳେ ବାବୁ ସାନ ଙ୍କ ଏକ ଭିଡିଓ ଆସିଲା ସେଥିରେ କହିଚନ୍ତି ସେ ଚେନ୍ନାଇ ରେ ଓଡ଼ିଆ ସମାଜ ର ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଆସିଥିଲେ ଏବଂ ପ୍ରକୃତି ଙ୍କ ସହିତ ଆଉ ଏକ ଫିଲ୍ମ୍ ମଧ୍ୟ କରିବେ ବୋଲି କହିଥାନ୍ତି ଯାହା କରିପାରିଲେ ନାହିଁ ।

ଏହି ଦୁଇ ଜଣ ପ୍ରକୃତି ଏବଂ ବାବୁ ସାନ କାଲି ଠୁ ଏବେ ଯାଏ କୋଉଠି ଅଛନ୍ତି । ଏଇଠି ଦୁଇ ପରିବାର ଥାନା ଯାଇକି ପରସ୍ପର ଦୋଷ ଲଦା ଲଦି ହୋଉଛନ୍ତି କି କିନ୍ତୁ ପ୍ରକୃତି ବାବୁ ସାନ ଅଛନ୍ତି କୋଉଠି ଚେନ୍ନାଇ ରେ ନା ଆଉ କୁଆଡେ ଯିବାର ପ୍ଲାନ୍ ରହିଛି ତାଙ୍କର ? କାଲି ସେମାନେ ଚେନ୍ନାଇ ରେ ଗୋଟିଏ ହୋଟେଲ ରେ ରହିଥିଲେ ନା ଅଲଗା ଅଲଗା ହୋଇ ଅଲଗା କୋଉଠି ରହିଥିଲେ ? ଏହି ଘଟଣା ର ବିଭିନ୍ନ ଦିଗ ସାମ୍ନା କୁ ଆସୁଛି । ଏବେ ସେମାନେ କୋଉଠି ଅଛନ୍ତି ଏହାର ପ୍ରକୃତ କଥା କେବଳ ପ୍ରକୃତି ଏବଂ ବାବୁ ସାନ ହିଁ କହିପାରିବେ ।

Leave A Reply

Your email address will not be published.