ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହାତୀ ଉତ୍ପାତ ଅଭିଯୋଗ ପାଇ ଘଉଡ଼ାଇବାକୁ ଯାଇଥିଲେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ । ମାତ୍ର ହାତୀକୁ ଘଉଡ଼ାଇବେ କ’ଣ ହାତୀ ସେମାନଙ୍କୁ ଗୋଡ଼ାଇଲା। ଏହାଦେଖି ସମସ୍ତେ ଛତ୍ରଭଙ୍ଗ ଦେଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଗଲେ ଜଣେ କର୍ମଚାରୀ । ହାତୀଟି ତାଙ୍କୁ ଟେକି କଚାଡ଼ିଦେଲା।
ଫଳରେ ଅକାଳରେ ଚାଲିଗଲା ଜଣେ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀଙ୍କ ଜୀବନ। ସୂଚନା ମୁତାବକ, ଝାରପଡ଼ା ଗାଁ ନିକଟ ଜଙ୍ଗଲରୁ ୭ଟିକିଆ ହାତୀପଲ ଜନବସତି ଆଡ଼କୁ ଚାଲିଆସିଥିଲେ। ଫଳରେ ଲୋକେ ଭୟଭୀତ ହେବା ସହିତ ଫସଲ ନଷ୍ଟ ଆଶଙ୍କା ରହିଥିଲା। ତେଣୁ ହାତୀ ଘଉଡ଼ାଇବା ଲାଗି ବନ ବିଭାଗ କର୍ମଚାରୀମାନେ ଉଦ୍ୟମ କରିଥିଲେ। ଏଥିରେ ଏଲିଫ୍ୟାଣ୍ଟ ସ୍କ୍ଵାଡ୍ ସଦସ୍ୟମାନେ ନିୟୋଜିତ ହୋଇଥିଲେ। ସେମାନେ ହାତୀଙ୍କୁ ଘଉଡ଼ାଇବା ସମୟରେ ଏକ ଦନ୍ତା ଜଣେ ସଦସ୍ୟଙ୍କୁ ଆକ୍ରମଣ କରିଥିଲା।
ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥିସହ ମୃତଦେହକୁ ବ୍ୟବଚ୍ଛଦ ପାଇଁ ପଠାଯାଇଛି। ବସନ୍ତ ଦୀର୍ଘ ଦିନ ହେବ ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜେ ଗ୍ରହଣ କରି ପାରୁ ନ ଥିବା ବେଳେ ସେମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
Comments are closed.