ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରଥଯାତ୍ରା ଦେଖି ପୁରୀରୁ ଘରକୁ ଫେରୁଥିଲେ ଶ୍ରଦ୍ଧାଳୁ। ଅଧବାଟରେ ରାସ୍ତାକଡ଼କୁ ଓଲଟିଲା ଟାଟା ମ୍ୟାଜିକ। ପୁରୀ ଜିଲ୍ଲା ନିମାପଡ଼ା ଥାନା ଅନ୍ତର୍ଗତ ଭାଟବନ୍ଧ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଟି ନିମାପଡା ଥାନା ଭାଟ ବନ୍ଧ ନିକଟରେ ଘଟିଥିବା ବେଳେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଠାନ୍ତରରୁ ୨ଟି ଗାଡିରେ ପ୍ରାୟ ୨୦ଜଣ ବ୍ୟକ୍ତି ଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରି ଯାଇଥିଲେ ।ଆଜି ଭୋରୁ ଦର୍ଶନ ସାରି ଘରକୁ ଫେରିବା ବେଳେ ନିମାପଡା ଥାନା ଭାଟ ବନ୍ଧ ନିକଟରେ ଗୋଟିଏ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ସମସ୍ତ ଯାତ୍ରୀ ଗାଡି ଭିତରେ ଚାପି ହୋଇ ଯାଇଥିଲେ । ପ୍ରାୟ ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡିଛି । ପଛରେ ଆସୁଥିବା ଅନ୍ୟଏକ ଗାଡି ରେ ସମସ୍ତ ଆହତଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଛି ।
୮ ଜଣ ଆହତଙ୍କ ମଧ୍ୟରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଛି । ଗୁରୁତର ଜଣକ ଛବି ଲତା ବାରିକ ବୟସ ୫୬ ହୋଇଥିବା ବେଳେ ତାଙ୍କ ମୁଣ୍ଡ, ମୁହଁ, ହାତ , କାନ୍ଧ , ପିଠିରେ ଆଘାତ ଲାଗିଛି । ଆହତମାନେ ହେଲେ ସୁଷମା ବେହେରା, ମମତା ବେହେରା, ଶ୍ୟାମ ସୁନ୍ଦର ବେହେରା, ପ୍ରଭାତି ଚିନାରା, ଟୁନା ସାହୁ, ଲକ୍ଷ୍ମୀପ୍ରିୟା ବାରିକ, ଲକ୍ଷ୍ମୀ ବେହେରା, ଝାନସୀ ବାରିକ। ଆହତଙ୍କ ମଧ୍ୟରେ ଅଧିକ ବୟସ୍କ ବ୍ୟକ୍ତି ରହିଛନ୍ତି ।