ନନ୍ଦନକାନନରୁ ଆସିଲା ଦୁଃଖଦ ଖବର: ଧଳା ବାଘୁଣୀ ବିଜୟାର ୧୦ମାସର ଛୁଆ ରକି ଗୁରୁତର

0

ଭୁବନେଶ୍ବର(ଓଡିଆ ନ୍ୟୁଜ୍):  ଧଳା ବାଘକୁ ନେଇ ନନ୍ଦନକାନନରୁ ଆସିଲା ଦୁଃଖଦ ଖବର। ଧଳା ବାଘୁଣୀ ବିଜୟାର ୧୦ମାସର ଛୁଆ ରକି ଗୁରୁତର ହୋଇଛି।  OUAT ବିଶେଷଜ୍ଞ ଡାକ୍ତର ନିରଞ୍ଜନ ସାହୁଙ୍କ ନେତୃତ୍ୱରେ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା  ରକିର ଚିକିତ୍ସା କରାଯାଉଛି।

ସୂଚନା ମିଳିଛି ଯେ ଗତ ୪ ଦିନ ହେଲା ରକିକୁ ତରଳ ଝାଡା ହେବା ସହ ଜ୍ୱର ହେଉଛି। ଏଥିପାଇଁ ଚିକିତ୍ସକମାନେ ରକିର ରକ୍ତ ନମୁନା ପରୀକ୍ଷା କରିଥିଲେ । ଏବେ ରକି ଦେହରେ  କାନାଇନ୍‌ ପ୍ରାଭୋ ନାମକ ଭାଇରସ୍‌ ରହିଥିବା ବିଶେଷଜ୍ଞମାନେ ଜାଣିବାକୁ ପାଇଛନ୍ତି। ବର୍ତ୍ତମାନ ରକିକୁ   ସାଲାଇନ୍‌ ସହ ଆଣ୍ଟିବାୟୋଟିକ୍ସ ଦିଆଯାଉଛି।

ତାକୁ ଏବେ ୩୨ ନମ୍ବର ଖୁଆଡରୁ ନିଆଯାଇ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ରଖାଯାଇଛି। ରକି ଠାରୁ ଅନ୍ୟ ବାଘକୁ ଏହି ଭାଇରସ୍‌ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ରକିକୁ ସ୍ୱତନ୍ତ୍ର କୋଠରୀରେ ରଖାଯାଇଛି।

Leave A Reply

Your email address will not be published.