କିଏ ହେବେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିଜେପି ମୁଖ୍ୟମନ୍ତ୍ରୀ?

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ତିନି ରାଜ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଚାଲିଛି ବିଜେପି ପାର୍ଟି ଅଫିସରେ ମାନସ ମନ୍ଥନ। କେଉଁ ଚେହେରା ୨୦୨୪ ଫାଇଟ୍ ପାଇଁ ଦଳକୁ ଶକ୍ତି ଯୋଗାଇବ, ସେଥିପାଇଁ ଦଳ ଡାକୁଛି ଘନ ଘନ ବୈଠକ।

ତଥାପି, ନିର୍ବାଚନ ଫଳାଫଳ ପ୍ରକାଶକୁ ପାଞ୍ଚ ଦିନ ବିତି ଯାଇଥିଲେ ବି ବିଜେପି ଏଯାଏଁ ନେଇପାରୁନି ସଠିକ୍ ନିଷ୍ପତ୍ତି। ଏହାରି ମଧ୍ୟରେ ଏହି ତିନି ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରିଛି ଦଳ। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ ତାଲିକା ବଢ଼ି ବଢ଼ି ଚାଲିଛି । ତିନିଟି ଯାକ ରାଜ୍ୟରେ ନୂଆ ମୁହଁଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଚର୍ଚ୍ଚା ମଧ୍ଯ ଚାଲିଛି । ତେବେ ତିନିଟି ଯାକ ରାଜ୍ୟରେ ସିଏମ୍ ରେସରେ ଅଛନ୍ତି ଭେଟେରାନ୍ ଲିଡର ।

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ବସୁନ୍ଧରା ରାଜେ ଆଗରେ ଥିବା ବେଳେ, ମଧ୍ୟ ପ୍ରଦେଶରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଛତିଶଗଡ଼ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ମୁଖ୍ୟ ଦାବିଦାରଙ୍କ ମଧ୍ୟରେ ଅଛନ୍ତି । ସେହିପରି ହରିଆଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଏବଂ ଦୁଇ ବରିଷ୍ଠ ନେତା କେ. ଲକ୍ଷ୍ମଣ ଓ ଆଶା ଲାକ୍ରାଙ୍କୁ ମଧ୍ୟ ପ୍ରଦେଶ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ। ଅନ୍ୟପଟେ ଛତିଶଗଡ ମୁଖ୍ୟମନ୍ତ୍ରୀ ବାଛିବା ପାଇଁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏବଂ ସାଧାରଣ ସମ୍ପାଦକ ଦୁଶ୍ୟନ୍ତ କୁମାର ଗୌତମଙ୍କୁ ପର୍ଯ୍ୟବେକ୍ଷକ କରାଯାଇଛି।

Leave A Reply

Your email address will not be published.