ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡିଶାରେ କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ ? କେଉଁ ବିଧାୟକଙ୍କ ହାତରେ ବିଜେପି ଦେବ ରାଜ୍ୟର ଶାସନ ଭାର ତାକୁ ନେଇ ଲାଗିରହିଛି ସସପେନ୍ସ। ଏହା ଉପରୁ ଖୁବ୍ ଶୀଘ୍ର ପରଦା ହଟାଇବା ପାଇଁ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଓ ବରିଷ୍ଠ ବିଜେପି ନେତା ଭୁପେନ୍ଦ୍ର ଯାଦବଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି କରିଛି ବିଜେପି ସଂସଦୀୟ ବୋର୍ଡ।
ରାଜନାଥ ଓ ଭୁପେନ୍ଦ୍ର ଓଡ଼ିଶାରେ ପହଞ୍ଚିବା ପରେ ଆସନ୍ତାକାଲି ବିଧାୟକ ଦଳର ବୈଠକ ବସିବ। ଏହାପରେ ନୂଆ ମୁଖ୍ୟମନ୍ତ୍ରୀ ନାମ ଘୋଷଣା ହେବ ବୋଲି ଜଣାଯାଇଛି। କିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ତାହା ଏହି ଦୁଇ ନେତା ନିର୍ଣ୍ଣୟ କରିବେ। ଆସନ୍ତାକାଲି ଦୁହେଁ ଭୁବନେଶ୍ବର ଆସିବା ପରେ ବିଧାୟକ ଦଳର ବୈଠକରେ ଯୋଗ ଦେବେ ଏବଂ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବେ।
କିଏ ହେବେ ବିଧାୟକ ଦଳ ନେତା ତଥା ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ସେନେଇ ନାଁ ଚୂଡ଼ାନ୍ତ ହେବ। ଆସନ୍ତା ୧୨ ତାରିଖରେ ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। ମୁଖ୍ୟମନ୍ତ୍ରୀ ରେସରେ ଅଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।