ପୂଜାରେ କିଏ ମାରିବ ବାଜି ?

0

ଓଡ଼ିଆ ନ୍ୟୁଜ,ଭୁବନେଶ୍ୱର:  ଜମିଲା ଦଶହରା ବଜାର । ପୂଜାରେ ଧମାଲ କରିବାକୁ ମଇଦାନକୁ ଓହ୍ଲାଇଛି ୩ ସୁପରଷ୍ଟାର ସହ ୩ ବିଗ୍ ବଜେଟ୍ ଓଡିଆ ଫିଲ୍ମ । ଏଥର ମୁହାଁମୁହିଁ ଟକ୍କର ଦେବାକୁ ଆସୁଛନ୍ତି ଓଲିଉଡର ମହାନାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଦୁଇ ସୁପରଷ୍ଟାର ଅରିନ୍ଦମ ଓ ବାବୁଶାନ । ପରଦାକୁ ଆସିଛି ସିଦ୍ଧାନ୍ତଙ୍କ “କଟକ ଶେଷରୁ ଆରମ୍ଭ’, ଅରିନ୍ଦମଙ୍କ “ରାମ’ ଏବଂ ବାବୁଶାନ ଓ ଅମ୍ଳାନ ଯୋଡିର “ମାଲ୍ୟଗିରି-କାହାଣୀର ଆରମ୍ଭ’ା ୧୯ ଅକ୍ଟୋବରରେ ମୁକ୍ତିଲାଭ କରିଛି ଓଡିଆ ଚଳଚ୍ଚିତ୍ର “ମାଲ୍ୟଗିରି’ ।

ଦମନର ଦମଦାର ସଫଳତା ପରେ ପୁଣି ଥରେ ମାର୍କେଟକୁ ଧୁମମଚାଇବାକୁ ଆସିଛନ୍ତି ଚକଲେଟ୍ ବୟ ବାବୁସାନା । ଏହି ଚଳଚ୍ଚିତ୍ରରେ ଦୁଇ ସୁପରଷ୍ଟାର ବାବୁଶାନ ଓ ଅମ୍ଲାନ୍ଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଛି । ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭୂମିକାରେ ଚୁଳବୁଲି ଶିବାନୀ ସଙ୍ଗୀତା ଓ ସୂର୍ଯ୍ୟମୟୀଙ୍କୁ ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରର ଆଇଟମ୍ ଗୀତରେ ଅଭିନେତ୍ରୀ ଏଲିନାଙ୍କୁ ଦେଖିବାକୁ ମିଳିଛି । ପୃଥ୍ୱୀରାଜ ପଟ୍ଟନାୟକ ଏହି ଫିଲ୍ମରେ ନିଦେ୍ର୍ଦଶନା ଦେଇଛନ୍ତି । ଦଶହରା ଅବସରରେ ୨୦ ଅକ୍ଟୋବର ରିଲିଜ ହୋଇଛି “କଟକ ଶେଷରୁ ଆରମ୍ଭ’ । ଏହି ଚଳଚ୍ଚିତ୍ର ମାଧ୍ୟମରେ ପରଦାକୁ ଫେରୁଛନ୍ତି ସୁପରହିଟ୍ ଯୋଡି ସିଦ୍ଧାନ୍ତ ଓ ଅନୁ । ଫିଲ୍ମର ନିଦେ୍ର୍ଦଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ । ଉଭୟଙ୍କ ପୁରୁଣା ଗୀତ ‘ତମେ ଜଦି ଗଢିଦିଅ ମୋ ପାଇଁ ବାଲିଘର’ର ରିମେକ ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ।

ସଙ୍ଗୀତରେ କଣ୍ଠଦାନ କରିଛନ୍ତି ଅସୀମା ପଣ୍ଡା ଓ ହୁ୍ୟମାନ୍ ସାଗର । ଏଫିଲ୍ମରେ ଥିବା ଆଇଟମ୍ ଗୀତ “ମୁଁ ରଙ୍ଗଲତା’ ଏବେ ଚର୍ଚ୍ଚାରେ । ଏଥିରେ ନୃତ୍ୟ କରିଛନ୍ତି ରିୟା ଦେ । ସେହିଭଳି ହାଣ୍ଡସମ୍ ଆକ୍ସନ ତାରକା ଅରିନ୍ଦମଙ୍କ ଫିଲ୍ମ “ରାମ୍’ ଅକ୍ଟୋବର ୨୦ରେ ରିଲିଜ ହୋଇଛି । ଏଥିରେ ଅନୁଭବ ମହାନ୍ତି ମଧ୍ୟ ଏକ ଛୋଟ ଭୂମିକାରେ ନଜର ଆସିଛନ୍ତି । ଓଡିଆ ଓ ବଙ୍ଗଳା ଭାଷାରେ ନିର୍ମିତ ଏହି ଫିଲ୍ମରେ ବଙ୍ଗୀୟ ସୁନ୍ଦରୀ ରୂପସା ମୁଖ୍ୟ ନାୟିକା ଭାବେ ଅଭିନୟ କରିଛନ୍ତି । ଏହାର ନିଦେ୍ର୍ଦଶନାର ଭାର ସମ୍ଭାଳିଛନ୍ତି ଅଶୋକ ପତି ।

Leave A Reply

Your email address will not be published.