କାହାକୁ ମିଳିବ ରାଜସ୍ଥାନ କମାଣ ଦାୟିତ୍ଵ ?

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଛତିଶଗଡ, ମଧ୍ୟପ୍ରଦେଶ ପରେ ଆଜି ରାଜସ୍ଥାନକୁ ମିଳିପାରେ ନୂଆ ମୁଖ୍ୟମନ୍ତ୍ରୀ । ଏଠାରେ ଆଦିବାସୀ, ଓବିସି ନା ଆଉ କେଉଁ ଚେହେରାକୁ ଭରସା କରିବ ଦଳ ! କାହାକୁ ମିଳିବ ରାଜ୍ୟ କମାଣ ଦାୟିତ୍ବ ? ପୁରୁଣା ନା ନୂଆ ଚେହେରା !

ଏହି ସବୁ କଳ୍ପନାଜଳ୍ପନାର ଆଜି ଅନ୍ତ ଘଟିବାକୁ ଯାଉଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି(ମଙ୍ଗଳବାର) ବସିବ ବିଜେପିର ବିଧାୟକ ଦଳ ବୈଠକ । ହେଲେ ବିଜେପିକୁ ଅଡ଼ୁଆ ବସୁନ୍ଧରା ରାଜେ ସିନ୍ଧିଆ । ମୁଖ୍ୟମନ୍ତ୍ରୀ ପଦ ନେଇ ଦିଲ୍ଲୀ ସହିତ ଜୟପୁରରେ ବିଧାୟକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି । ମହାରାଣୀଙ୍କ ଘନଘନ ବୈଠକ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃତ୍ବଙ୍କ ଚିନ୍ତା ବଢ଼ାଇ ଦେଇଛି । ବସୁନ୍ଧରା ବାରମ୍ବାର ବୈଠକ କରୁଥିବାରୁ ଦଳ ମଧ୍ୟରେ ବିଦ୍ରୋହ ହେବାର ଆଶଙ୍କା ରହିଛି ।ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବହୁମତ ମିଳିଛି ।

ବିଜୟକୁ ୯ଦିନ ବିତିଯାଇଥିଲେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନେଇ ସସ୍‌ପେନ୍ସ ଜାରି ରହିଛି । ଆଗକୁ ୨୦୨୪ ସାଧାରଣ ନିର୍ବାଚନ ରହିଥିବାରୁ ପୁରୁଖାଙ୍କ ଉପରେ ଭରସା କରିପାରୁନାହିଁ ଦଳ । ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ବି ନୂଆ ମୁହଁ ଦେଇପାରେ ବିଜେପି । ଅନ୍ୟପଟେ ବସୁନ୍ଧରା ରାଜେଙ୍କ ବିଧାୟକ ମେଳି ବିଜେପିର ଅଡ଼ୁଆ ବଢ଼ାଇ ଦେଇଛି । ଦଳରେ ବିଦ୍ରୋହ ଆଶଙ୍କା ଥିବା ସ୍ପଷ୍ଟ ଭାବେ ବାରି ହେଇପଡ଼ୁଛି ।

Leave A Reply

Your email address will not be published.