କାହିଁକି ଆତ୍ମହତ୍ୟା କଲେ ଲେଡି ଵାର କର୍ମଚାରୀ? ତଦନ୍ତ କରୁଛି ଲକ୍ଷ୍ମୀସାଗର ଥାନା ପୋଲିସ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ); ଗତକାଲି ଅପରାହ୍ନ ୨ ରୁ ୩ ଘଟିକା ସମୟରେ ଭୁବନେଶ୍ବର କଳ୍ପନା ଛକସ୍ଥିତ ଦିପାଳୀ ବାର୍ ଏଣ୍ଡ ହୋଟେଲର ୨୦୫ ନମ୍ବର କୋଠରୀରେ ଶୁଭଲକ୍ଷ୍ମୀ ସାହୁ (୧୮) ନାମକ ଏକ ଝିଅ ଫଖାରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିଲେ । ବାର୍ ଗାର୍ଲ ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ଖବର ପାଇ ବାର୍ ମାଲିକ ଭାଷ୍କର ପଟ୍ଟନାୟକ ପୋଲିସ୍ କୁ ନଜଣାଇ କୋଠରୀର କବାଟକୁ ଭାଙ୍ଗି ଦେବାପରେ ପୋଲିସ୍ କୁ ଅବଗତ କରାଇଥିଲେ ।

ଭାଷ୍କରଙ୍କ କହିବା କଥା ଝିଅଟି ଚାକିରି ଅନ୍ୱେଷଣରେ ଆସି କୋଠରୀରେ ରହିଥିଲା,କିନ୍ତୁ ଶୁଭଲକ୍ଷ୍ମୀ ୧୫ ଦିନ ପୂର୍ବରୁ ଉକ୍ତ ଦିପାଳୀ ବାରରେ କାର୍ଯ୍ୟ କରିଆସୁଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ମାନେ ଟୁପୁରୁ ଟାପର ହେଉଛନ୍ତି । ମୃତ ରାଜଲକ୍ଷ୍ମୀ ପୂର୍ବରୁ ଶେଲଫିକ୍ ବାର୍ ଏବଂ ତା ପୂର୍ବରୁ ପ୍ରିନ୍ସି ବାର୍ ରେ ବାର୍ ଗାର୍ଲ ଭାବରେ କାର୍ଯ୍ୟ କରୁଥିଲେ । ଶୁଭଲକ୍ଷ୍ମୀଙ୍କର ଦୁଇଜଣ ପୁରୁଷ ବଂଧୁ ଥିଲେ, ଜଣକର ନାମ ସଞୟ ବୋଲି ଖବର ମିଳୁଛି ଅନ୍ୟର ନାମ ଜଣାନାହିଁ ।

ଶୁଭଲକ୍ଷ୍ମୀଙ୍କର ବୟସ ୧୮ ବର୍ଷରୁ କମ୍ ବୋଲି ମଧ୍ୟ ଆଲୋଚନା ହେଉଛି, ରାଜଲକ୍ଷ୍ମୀଙ୍କର ଆତ୍ମହତ୍ୟା ଖବର ପାଇ ବାର୍ ମାଲିକ ଭାଷ୍କର ପଟ୍ଟନାୟକ ଅନ୍ୟ କୋଠରୀରେ ଥିବା ବାର୍ ଗାର୍ଲ ମାନଙ୍କୁ ଅନ୍ୟତ୍ର ପଠାଇ ଦେଇଥିଲେ । ଗତ ୩ ଦିନ ପୂର୍ବରୁ ମାଲିକ ଭାଷ୍କର ଜଣେ ବାର୍ ଗାର୍ଲ ଅସ୍ମିତାକୁ ରାତ୍ରି ପ୍ରାୟ ୨ ଘଟିକା ସମୟରେ ନିସ୍ତୁକ ମାଡ଼ ମାରିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ହସ୍ତଗତ ହୋଇଛି । ଲକ୍ଷ୍ମୀସାଗର ପୋଲିସ୍ କିମ୍ବା କ୍ରାଇମବ୍ରାଞ୍ଚ ଅଧିକାରୀ ମାନେ ତନ୍ନ ତନ୍ନ କରି ତଦନ୍ତ କରାଇଲେ ଦିପାଳୀ ବାର୍ ର ବହୁ ରହସ୍ୟ ପର୍ଦ୍ଦାଫାସ୍ ହୋଇପାରିବ ।

Leave A Reply

Your email address will not be published.