ବନ୍ଦ ହେବକି ଭୁବନେଶ୍ୱର ମାର୍କେଟ ବିଲ୍ଡିଂ? ସ୍ଥାୟୀ ଦୋକାନ ମାଲିକ ସଂଘ ଦେଲା ଏମିତି ଚେତାବନୀ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :ରାଜଧାନୀ ଉପକଣ୍ଠରେ ଥିବା ୟୁନିଟ୍ 2 ମାର୍କେଟ୍ ବିଲ୍ଡିଂର ସମସ୍ତ ଦୋକାନ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାୟୀ ଦୋକାନ ମାଲିକ ସଂଘ । ମାର୍କେଟ୍ ଭିତରେ ବୁଲା ବିକାଳୀଙ୍କ ଅନଧିକୃତ ପ୍ରବେଶକୁ ନେଇ ଏପରି ନିଷ୍ପତ୍ତି ନେଇଛି ଦୋକାନ ମାଲିକ ସଂଘ । ଅନୁମତି ନଥିବା ବ୍ୟବସାୟୀଙ୍କୁ କେବଳ ଭର୍ଚୁଆଲ୍ ଭାବେ ବନ୍ଦ କରାଯାଇଥିବା ବେଳେ ସେମାନେ ଅସ୍ଥାୟୀ ପସରା ଖୋଲୁଛନ୍ତି ।

ମାର୍କେଟ ବିଲ୍ଡିଂରେ ଗହଳି କରିବା ସହ ଏଣେତେଣେ ଅଳିଆ ଆବର୍ଜନା ଫିଙ୍ଗୁଛନ୍ତି । ଭୁବନେଶ୍ୱର ମହାନଗର ନିଗମକୁ ଅନେକ ଥର ସ୍ଥାୟୀ ଦୋକାନୀ ସଂଘ ଏ ବାବଦରେ ଅବଗତ କରାଇଛନ୍ତି । କିନ୍ତୁ ଏ ନେଇ ବିଏମସିର ନିଘା ନାହିଁ । ବାରମ୍ବାର ଅଭିଯୋଗ ପରେ କୌଣସି କାର୍ଯ୍ୟନୁଷ୍ଠାନ ନ ହେବାରୁ ଉଭୟ ସ୍ଥାୟୀ ଦୋକାନୀ ଏବଂ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ତେଣୁ ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି ପ୍ରଦ୍ୟୁମ୍ନ କୁମାର ଜେନା ।ଆସୋସିଏସନର ଯୁଗ୍ମ ସମ୍ପାଦକ ରଞ୍ଜିତ୍ କୁମାର ମହାନ୍ତି କହିଛନ୍ତି, ଦୋକାନୀ ଓ ସେମାନଙ୍କ ପରିବାର ଭୁବନେଶ୍ୱର ମେୟରଙ୍କ ବାସଭବନ ଆଗରେ ପ୍ରତିବାଦ କରିବେ । ବିଏମସି ମେୟରଙ୍କ ଘର ଆଗରେ ମଧ୍ୟ ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.