ବନ୍ଦ ହୋଇଯିବକି ପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା?ଜିଦରେ ଅଟଳ ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା ଜାରି। ଜିଦରେ ଅଟଳ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ।ଦୁଇ ନିଯୋଗଙ୍କ ଅସହଯୋଗ ଯୋଗୁଁ ହୋଇପାରିନି ମଙ୍ଗଳ ଆଳତି। ଆସନ୍ତାକାଲି ଶୀତଳଷଷ୍ଠୀ, ଦେଵ ଦମ୍ପତ୍ତିଙ୍କ ବିବାହ କାର୍ଯ୍ୟ ନେଇ ଲାଗିରହିଛି ଅନିଶ୍ଚିତତା। ମନ୍ଦିର ଟ୍ରଷ୍ଟ ଓ ପ୍ରଶାସନ ସହିତ ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ସତ୍ତ୍ୱେ ବାହାରି ପାରୁନି ନିଷ୍କର୍ଷ।

ଆଜି ପୁଣି ବସିପାରେ ଦୁଇ ନିଯୋଗ କର୍ମକର୍ତ୍ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳଙ୍କ ମଧ୍ୟରେ ଆଲୋଚନା। ନିଯୋଗ କର୍ମକର୍ତାଙ୍କୁ ବୁଝାଇବାକୁ ଜାରି ରହିଛି ଉଦ୍ୟମ। ଅଲୋଚନାରୁ କିଛି ନିଷ୍କର୍ଷ ବାହାରିବା ନେଇ ଉଭୟ ପକ୍ଷ ଆଶାବାଦୀ। ସମାଧାନର ବାଟ ନବହାରିଲେ ଚଳିତ ବର୍ଷ ଶୀତଳଷଷ୍ଠୀ ବନ୍ଦ ହେବା ସମ୍ଭାବନା।

ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ମଙ୍ଗନ୍ କାର୍ଯ୍ୟ ବନ୍ଦ। ମଙ୍ଗନ୍ ହୋଇନଥିବାରୁ ଶୀତଳଷଷ୍ଠୀ ବା ଶିବ ବିବାହ ସମ୍ପୂର୍ଣ୍ଣ ହେବା ଉପରେ ଏବେ ଆଶଙ୍କା ଦେଖାଦେଇଛି। ସେବାୟତଙ୍କୁ ପୂର୍ବରୁ ଦିଆଯାଇଥିବା ଜମି ଠାକୁରଙ୍କ ଖାତା କୁ ଫେରିଯିବା ଏବଂ କପିଳନାଥ ଓ ପ୍ରଭୁ ଲିଂଗରାଜ ଙ୍କ ସେବାୟତ ଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ନହେବାରୁ ଅସହଯୋଗ କରିଛନ୍ତି ଉଭୟ ନିଯୋଗ। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.