୧୦ ଡିଗ୍ରୀ ତଳେ ୭ ସହର

0

ଓଡ଼ିଆ ନ୍ୟୁଜ୍: ଶୀତର ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୭ ସହର।୬.୮ ଡିଗ୍ରୀ ସହ କୋରାପୁଟ ସବୁଠୁ ଥଣ୍ଡା ସହର। ଫୁଲବାଣୀ ଓ ଦାରିଙ୍ଗବାଡ଼ ୭ ଡିଗ୍ରୀ, ରାଉରକେଲା ୮.୫ ଡିଗ୍ରୀ। ଝାରସୁଗୁଡ଼ା ଓ ନବରଙ୍ଗପୁର ୮.୬, ଭବାନୀପାଟଣା ୯.୨ ଡିଗ୍ରୀ।କଟକ ତାପମାତ୍ରା ୧୩.୬ ଡିଗ୍ରୀ ଓ ଭୁବନେଶ୍ବର ୧୫ ଡିଗ୍ରୀ। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଶୀତ ଲହରି ଜାରି ରହିଛି। ଶୁକ୍ରବାର ତାପମାତ୍ରା ୬.୫ ଡିଗ୍ରୀ ରହିଛି। ତେବେ କୁହୁଡି ଯୋଗୁ ଶୀତ ଦ୍ବିଗୁଣିତ ହେବା ସହ ଗାଡ଼ି ଚଳାଚଳରେ ବାଧକ ସାଜିଛି କୁହୁଡି। ଗତ କିଛିଦିନ ହେଲା ବିଳମ୍ବିତ ରାତିଠାରୁ ଘନ କୁହୁଡ଼ି ଆରମ୍ଭ ହୋଇ ସକାଳ ୯ ପର୍ଯ୍ୟନ୍ତ ଆଚ୍ଛାଦିତ ହୋଇ ରହୁଛି।

ଫଳରେ ସମସ୍ୟା ଦେଖାଯାଇଛି। କିନ୍ତୁ କୁହୁଡି ଯୋଗୁ ଜଙ୍ଗଲ ପାହାଡ଼ ଘେରା ଦାରିଙ୍ଗବାଡ଼ିର ପରିବେଶ ଭୋର ସମୟ ଠାରୁ କୁହୁଡି ରହିଥିବା ପର୍ଯ୍ୟନ୍ତ ସୁନ୍ଦର ଦିଶୁଛି ଓ ପର୍ଯ୍ୟଟକଙ୍କ ମନ ଜିଣୁଛି। ଶୀତକୁ ଉପଭୋଗ କରିବାକୁ ଆସୁଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ିର ଦେହକୁ ଭେଦୁଥିବା ଜାଡ଼ ପସନ୍ଦ ଆସୁଛି। ଏଭଳି ଶୀତ ଆମେ ଆଉ କୋଉଠି ଅନୁଭବ କାଟିପାରୁନାହୁଁ କି ଏଭଳି ପରିବେଶ ଆଉ କେଉଁଠି ନାହିଁ। ଦାରିଙ୍ଗବାଡ଼ିରେ ପ୍ରକୃତି ଅନେକ କିଛି ଦେଇଛି ବୋଲି ପର୍ଯ୍ୟଟକ ଭୂୟସୀ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.