ଓହଃ….କି ଶୀତ

ଜାଡରେ ଥରୁଛି ଓଡ଼ିଶା

0

ଓଡ଼ିଆ ନ୍ୟୁଜ୍: ଜାଡରେ ଥରୁଛି ଓଡ଼ିଶାର କାଶ୍ମୀର କହୁଯାଉଥିବା କୋରାପୁଟ ସହର । ୨ ଦିନ ହେବ କୋରାପୁଟରେ ପାରଦ ୫ ଡିଗ୍ରୀ ତଳେ ରହୁଛି । ଦିନ ୧୧ ଟା ପର୍ଯ୍ୟନ୍ତ ଘନ କୁହୁଡ଼ି ଲାଗି ରହୁଛି । ୫୦ ମିଟର ଦୃଶ୍ୟମାନ ହେଉନି । ଯାତାୟତରେ ବହୁ ସମସ୍ୟା ଉପୁଜୁଛି । ଶୀତରୁ ରକ୍ଷା ପାଇବା ପାଇଁ କିଏ ନିଆଁ ଲଗାଇ ମେଳି ବାନ୍ଧିଛି ତ କେଉଁଠି ଚା’ ଦୋକାନରେ ଭିଡ଼ ଜମୁଛି ।

ନୂଆବର୍ଷରେ ଶୀତର ମଜା ନେବାକୁ କୋରାପୁଟକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଡୁଡୁମା ଜଳପ୍ରପାତ,ରାଣୀ ଡୁଡୁମା, ବାଲଡା ଗୁମ୍ପାରେ ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼ ଜମିଲାଣି । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ଲମତାପୁଟ ରିପୋର୍ଟର କପିଳେନ୍ଦ୍ରଦେବ ସାମନ୍ତରାୟ ।

Leave A Reply

Your email address will not be published.