ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନଭେମ୍ବର ୨୪ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ। ଚଳିତ ଶୀତ ଅଧିବେଶନ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥର ଶୀତ ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟ ଦିବସ ରହିଛି। ବିଧାନସଭା ଶୀତ ଅଧିବେଶନ ନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ଷୋଡଶ ବିଧାନସଭାର ୧୧ ତମ ଅଧିବେଶନରେ ମୋଟ ୩୩ଟି କାର୍ଯ୍ୟଦିବସ ରହିଥିବା ବେଳେ ନଭେମ୍ବର ୨୪ ତାରିଖରେ ଅର୍ଥ ମନ୍ତ୍ରୀ ଆଗତ କରିବେ ୨୦୨୨-୨୩ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍। ଏହାପରେ ନଭେମ୍ବର ୩୦ ତାରିଖରେ ବିଧାନସଭାରେ ଖର୍ଚ୍ଚ ଦାବି ଆଲୋଚନା ହେବ। ଏଥି ସହିତ ଡିସେମ୍ବର ୨ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ।