ଓଡ଼ିଆ ନ୍ୟୁଜ୍: ଶୀତରେ ଥରୁଛି ସାରା ଓଡ଼ିଶା । ଆହୁରି ଦୁଇ ଦିନ ହାଡ଼ଭଙ୍ଗା ଶୀତ । ଜାଡ଼ର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଭୁବନେଶ୍ବରରେ ୧୩ ଡିଗ୍ରୀ ଯାଏ ଖସିଲା ପାରଦ । ୨୦୦୦ ମସିହା ପରେ ନଭେମ୍ବରରେ ରେର୍କଡ କଲା ତାପମାତ୍ରା । ୨୦୧୭ରେ ନଭେମ୍ବରରେ ସର୍ବନିମ୍ନ ତାପମାତ୍ରା ୧୩.୭ ଥିଲା । ଆଜି ରାତି ତାପମାତ୍ରା ୧୨.୯ ଡିଗ୍ରୀକୁ ଖସି ରେକର୍ଡ କଲା ତାପମାତ୍ରା ।
ସେପଟେ କନ୍ଧମାଳ ଜି.ଉଦୟଗିରିରେ ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀକୁ ଖସିଆସିଛି । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସେମିଳିଗୁଡାରେ ତାପମାତ୍ରା ୭.୪ ଡିଗ୍ରିରେ ପହଞ୍ଚିଛି । ସ୍ଥିତି ଏମିତି ଯେ ରାଜ୍ୟର ୧୩ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ତଳକୁ ଖସିଛି । ୧୪ ଡିଗ୍ରି ତଳେ ରହିଛି କଟକ, ଭୁବନେଶ୍ବର ତାପମାତ୍ରା ।