ମହିଳାଙ୍କ ଶବ ଉଦ୍ଧାର

ମହିଳାଙ୍କ ଶବ ଉଦ୍ଧାର ପରେ ହତ୍ୟା ଅଭିଯୋଗ

0

ଓଡ଼ିଆ ନ୍ୟୁଜ, ବାସୁଦେବପୁର : ମହିଳା ଙ୍କ ଶବ ଉଦ୍ଧାର, ସାଧାରଣ ରେ ହତ୍ୟା ଅଭିଯୋଗ,ପୋଲିସ ର ତଦନ୍ତ ଜାରି। ବାସୁଦେବପୁର ଶୁକଦେବ ପୁର ଠାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। କିଛି ବର୍ଷ ପୂର୍ବେ ପ୍ରେମ ବିବାହ କରି ସ୍ବାମୀ ସ୍ତ୍ରୀ ନିଜ ଝିଅ ସହିତ ବେଙ୍ଗାଲୁର ରୁ ଫେରି ଥିବା ବେଳେ ସକାଳୁ ସକାଳୁ ଗ୍ରାମ ବାସୀ ମହିଳା ଙ୍କ ମୃତ ଦେହ ରାସ୍ତା ପାଖରେ ପଡ଼ି ରହିଥିବାର ଦେଖିବାକୁ ପାଇ ଥିଲେ। ପରେ ବାସୁଦେବପୁର ପୋଲିସ କୁ ଖବର ଦିଆଯାଇଥିଲା। ପୋଲିସ ସେଠାରେ ଉପସ୍ଥିତ ରହି ଘଟଣା ର ତଦନ୍ତ ଆରମ୍ଭ କରିଛି।

ସୂଚନା ନେବରୁ ଜଣା ଯାଇଛି ଯେ ବିନାୟକ ପୁର ଗ୍ରାମ ରରାଧାରାଣୀ ବେହେରା କିଛି ଦିନ ତଳେ ଶୁକଦେବ ପୁର ଗ୍ରାମ ର ଦୀପକ ବେହେରା ଙ୍କୁ ପ୍ରେମ ବିବାହ କରି ଥିଲେ। ଦୁଇ ମାସ ତଳେ ଉଭୟ ନିଜ ଦୁଇ ବର୍ଷର ଝିଅ ସହ ବେଙ୍ଗାଲୁରୁ ଯାଇଥିବା ବେଳେ ଗତ କାଲି ନିଜ ଗାଁ ଅଭିମୁଖେ ଆସୁଥିବା ବେଳେ ସକାଳୁ ସକାଳୁ ରାଧାରାଣୀ ଙ୍କ ମୃତ ଦେହ ଗ୍ରାମ ବାସୀ ଦେଖିବାକୁ ପାଇଥିଲେ। ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ରାଧାରାଣୀ ଙ୍କ ସ୍ବାମୀ ବାସୁଦେବପୁର ଥାନାରେ ଥିବା ଦେଖାଯାଇଛି।

ପୋଲିସ ପକ୍ଷ ରୁ ଉପଯୁକ୍ତ ତଦନ୍ତ କରି ସଠିକ୍ ତଥ୍ୟ ଲୋକ ଲୋଚନ କୁ ଆଣିବା ସହିତ ଅଭିଯୁକ୍ତ ଙ୍କୁ ଗିରଫ କରିବାକୁ ସାଧାରଣ ରେ ଦାବି ହେଉଛି ।

Leave A Reply

Your email address will not be published.