କେନ୍ଦ୍ର ପରୀକ୍ଷା କେନ୍ଦ୍ର ତତ୍ୱାବଧାରକ ମାନଙ୍କ କର୍ମଶାଳା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା ଅଧୀନରେ 179 ପରୀକ୍ଷା କେନ୍ଦ୍ରରେ 26 ଗୋଟି ବ୍ଲକର ରେଗୁଲାର ପରୀକ୍ଷା କେନ୍ଦ୍ର ତତ୍ୱାବଧାରକମାନଙ୍କୁ ନେଇ ଜିଲ୍ଲା ଶିକ୍ଷା କାର୍ଯାଳୟ ସମ୍ମିଳନୀ କକ୍ଷରେ ସୁପରୀଟେଣ୍ଡେଣ୍ଟ ମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି I

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏକାଡେମିକ)ଡ଼ ପ୍ରଶାନ୍ତ କୁମାର ମହାନ୍ତିଙ୍କ ତତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗ ଦେଇ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳାର ସହିତ କରିବା ପାଇଁ ସମସ୍ତ ପ୍ରାଧନ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେI ଚଳିତ ବର୍ଷ 32065 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିଲା ବେଳେ ମଧ୍ୟମାରେ 322 ଜଣ ପରୀକ୍ଷାର୍ଥୀ, ଏସ.ଆଇ.ଓ.ଏସ ରେ 393 ଜଣ ପରୀକ୍ଷାର୍ଥୀ ଭାଗ୍ୟ ନିର୍ଣ୍ଣୟ କରିବେ I ସେହିପରି ପରୀକ୍ଷା ନୋଡାଲ ସେଣ୍ଟର ଭାବେ 21 ଟି ବିଦ୍ୟାଳୟକୁ ସ୍ଥିରୀକୃତ କରାଯାଇଛିI

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ବୋର୍ଡ଼ର ନିର୍ଦେଶାବଳୀକୁ ମାନିବା ସହିତ ପରୀକ୍ଷାକୁ ସୁପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେIବାଙ୍ଗିରିପୋଷି ବିଇଓ (ବରିଷ୍ଠ) ଗୌତମ କୁମାର ପାତ୍ର ପରୀକ୍ଷା ସମୟରେ ବିଭିନ୍ନ ବିଷୟରେ ଆଲୋକପାତ କରିଥିଲେ I ଜିଲ୍ଲା ବିଜ୍ଞାନ ପରିଦର୍ଶକ ଜ୍ଞାନ ରଞ୍ଜନ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ବି ଇ ଓ ରଶ୍ମି ରଞ୍ଜନ ଗିରି ଧନ୍ୟବାଦ ଅର୍ପଣ କରିଥିଲେI ଏଥିରେ ପୂର୍ବତନ ବିଜ୍ଞାନ ପରିଦର୍ଶକ ନଳିନୀ କୁମାର ଚୌଧୁରୀ, ବିଇଓ ମଧୁସ୍ମିତା ଗିରି, ସୁବ୍ରତ କୁମାର ପଣ୍ଡା ସହିତ ବିଭିନ୍ନ ବ୍ଲକର ବିଇଓ ଓ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ I

Leave A Reply

Your email address will not be published.