ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଇରଙ୍ଗପୁରରେ ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ ଆଙ୍କର ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି |
ଏହି ଅବସରେ ରାଇରଙ୍ଗପୁର ବ୍ଲକର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏକ ଶୋଭାଯାତ୍ରା ହୋଇଥିଲା | ଏହାପରେ ବିଶ୍ବ ଭିନ୍ନକ୍ଷମ ଦିବସ ଆଭିମୁଖ୍ୟ ଉପରେ ଏକ ସଭା ଅନୁଷ୍ଠିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବ୍ଲକ ଶିକ୍ଷା ଅଧିକାରୀ ଭାଗିରଥୀ ମହାନ୍ତି, ସମ୍ମାନିତ ଅତିଥି ରୂପେ ସହ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ଚନ୍ଦ୍ର କାରୁଆ, ହେମ ମାଝୀ, ବି ଆର ଟି ମହେଶ ଚନ୍ଦ୍ର ମହାପାତ୍ର, ସାଗରିକା ପଣ୍ଡା, ସିଆରସିସି ଆଶିଷ କୁମାର ମଣ୍ଡଳ, ଅଜିତ କୁମାର ମଣ୍ଡଳ, ଅଜିତ କୁମାର ମହାନ୍ତ ଓ ସବିତା ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ |
ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍, ଗୀତ, ନୃତ୍ୟ ଓ ବକ୍ତୃତା ପ୍ରତିଯୋଗିତା ହୋଇଥିଲା | ଏହାପରେ ଅତିଥିଗଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ |