କମିଶନରେଟ ପୋଲିସ୍ ମୁଖ୍ୟାଳୟ ପରିସରରେ ପାଳିତ ହୋଇଯାଇଛି “ୱାର୍ଲ୍ଡ ହେପାଟାଇଟିସ ଡେ-୨୦୨୩”

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):ଗ୍ୟାଷ୍ଟ୍ରୋ ଆଣ୍ଡ ଲିଭର କେୟାର ଫାଉଣ୍ଡେସନ ଏବଂ କମିଶନରେଟ ପୋଲିସ(କଟକ,ଭୁବନେଶ୍ଵର) ର ମିଳିତ ସହଯୋଗ ରେ ଭୁବନେଶ୍ୱର ସ୍ଥିତ କମିଶନରେଟ ପୋଲିସ୍ ମୁଖ୍ୟାଳୟ ପରିସରରେ ପାଳିତ ହୋଇଯାଇଛି “ୱାର୍ଲ୍ଡ ହେପାଟାଇଟିସ ଡେ-୨୦୨୩”। ଚଳିତ ବର୍ଷର ଥିମ୍ “ଆମେ ଅପେକ୍ଷା କରିନାହୁଁ” ବା “We re not Waiting” କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ,ପୋଲିସ ବିଭାଗ ପକ୍ଷରୁ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୋଲିସ କମିଶନର ଡ଼.ଉମାଶଙ୍କର ଦାଶ୍,ଡିସିପି ହେଡକ୍ୱାଟର୍ କିଶୋର ଚନ୍ଦ୍ର ପାଟ୍ଟସାଣି ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗ ଦେଇଥିଲେ। ଅନ୍ୟପଟେ ଗ୍ୟାଷ୍ଟ୍ରୋ ଆଣ୍ଡ ଲିଭର କେୟାର ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ପେଟରୋଗ ବିଶେଷଜ୍ଞ ପ୍ରଫେସର ଡ଼.ମନୋଜ ସାହୁ ଓ ହେପାଟୋଲୋଜି ବିଭାଗ ର ଡ଼ାକ୍ତର ଶିବମ ବାଜପେୟୀ ଯୋଗ ଦେଇ, ଉପସ୍ଥିତ ସମସ୍ତ ପୋଲିସ କର୍ମଚାରୀ ମାନଙ୍କୁ ଲିଭର୍ ରୋଗରୁ ସୁରକ୍ଷିତ ରହିବାର ବିଭିନ୍ନ ପ୍ରକ୍ରିୟା ବାବଦରେ ଜଣାଇଥିଲେ।

ଏଥିସହିତ ନୂତନ ଭାବରେ ଯୋଗ ଦେଇଥିବା ୩୦୦ରୁ ଉର୍ଦ୍ଧ ପୋଲିସ କର୍ମୀ ମାନଙ୍କ ହେପାଟାଇଟିସ ବି,ହେପାଟାଇଟିସ ସି ଏବଂ ଫାଇବର୍ ସ୍କାନ କରାଯାଇ ଆବଶ୍ୟକୀୟ ମତାମତ ଦେଇଥିଲେ ବରିଷ୍ଠ ପେଟରୋଗ ବିଶେଷଜ୍ଞ ପ୍ରଫେସର ଡ଼.ମନୋଜ ସାହୁ। ଲିଭର୍ ବା ଯକୃତ ମଣିଷ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ତେବେ ଏହାକୁ ସୁରକ୍ଷିତ ରଖିବା ଆମ ମାନଙ୍କ ଦାୟିତ୍ବ। ଏହାକୁ ସୁରକ୍ଷିତ ରଖିବା ପାଇଁ ଶୃଙ୍ଖଳିତ ଜୀବନଚର୍ଯା , ନିଶା ସେବନ ନ କରିବା ଆଦି ନେଇ ସଚେତନ କରାଇଥିଲେ ଡ଼ାକ୍ତର ମନୋଜ ସାହୁ। ଏହି ଅବସରରେ ଡ଼ାକ୍ତର ସାହୁଙ୍କ ଏଭଳି କାର୍ଯ୍ୟ ପୋଲିସ ବିଭାଗ କୁ ଅଧିକ ସୁରକ୍ଷିତ ରଖିବାରେ ସହଯୋଗ କରିବା ସହିତ ତାଙ୍କ ହାତମୁଠାକୁ ଅଧିକ ସଶକ୍ତ କରିଥିବା କହିଥିଲେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

Leave A Reply

Your email address will not be published.