ବିଶ୍ୱରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି l ବିଶ୍ୱରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହିତ ମୃତକଙ୍କ ସଂଖ୍ଯା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଏହାରି ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 18 ଲକ୍ଷ 54 ହଜାର ଥିବାବେଳେ ମୃତକଙ୍କ ସଂଖ୍ଯା 1 ଲକ୍ଷ 14 ହଜାରରେ ପହଁଞ୍ଚିଛି l ଏବଂ ଆକ୍ରାନ୍ତଙ୍କ ମଧ୍ୟରୁ 4 ଲକ୍ଷ 23 ହଜାର 625 ଜଣ ସୁସ୍ଥ ହୋଇଛନ୍ତି l
ବିଶ୍ୱରେ ଆମେରିକା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଇଛି l ଏହି ଦେଶରେ ବର୍ତ୍ତମାନ ସୁଦ୍ଧା 5 ଲକ୍ଷ 60 ହାଜର ଆକ୍ରାନ୍ତ ହୋଇଥିବା ବେଳେ 22 ହଜାର 115 ଜଣ ପ୍ରାଣ ହରାଇଛନ୍ତି l ଆମେରିକା ପରେ ଇଟାଲି ହେଉଛି କରୋନା ଜନିତ ଦ୍ଵିତୀୟ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ l ଇଟାଲିରେ 1 ଲକ୍ଷ 56 ହଜାର 363 ଜଣ ସଂକ୍ରମିତ ହୋଇଥିବା ବେଳେ 19899 ଜଣ ମୃତ୍ୟୁ ବରଣ କରିଛନ୍ତି l ଫ୍ରାନ୍ସ ରେ 11 ଲକ୍ଷ 32 ହଜାର ଆକ୍ରାନ୍ତ ଥିବାବେଳେ 14 343 ଜଣ ମୃତ୍ୟୁ ବରଣ କରିଛନ୍ତି l ସେହିପରି ବ୍ରିଟେନ୍ ରେ 84 ହଜାର 279 ଜଣ ଆକ୍ରାନ୍ତ ହୋଇଥିବା ବେଳେ 10 612 ଜଣ ଙ୍କ ମୃତ୍ୟୁ ହୋଇଛି l ସ୍ପେନ୍ ରେ ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 66 ହଜାର 881 ଥିବାବେଳେ 17 ହଜାର ରୁ ଉର୍ଦ୍ଧ୍ଵ ଲୋକଙ୍କ ପ୍ରାଣ ହରାଇଛନ୍ତି l ସେହିପରି ଜର୍ମାନୀ ରେ l ଲକ୍ଷ 27 ହଜାର 854 ଆକ୍ରାନ୍ତ ଥିବାବେଳେ 3022 ଜଣ ପ୍ରାଣ ହରାଇଛନ୍ତି l ଏହା ସହିତ ବିଶ୍ୱର ଅନେକ ଦେଶ ରେ ମଧ୍ୟ କରୋନା ଭାଇରସ୍ ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି l