ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ। ଚଳିତବର୍ଷର ଥିମ୍ ରହିଛି ଚେଞ୍ଜିଙ୍ଗ୍ ଦ ନ୍ୟାରେଟିଭ୍ ଅନ୍ ସୁଇସାଇଡ୍। ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢିବାରେ ଲାଗିଛି । ଖାସ୍ କରି ଯୁବପିଢିଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବେଶୀ ଦେଖିବାକୁ ମିଳୁଛି । ଯାହା ଏବେ ଚିନ୍ତାର କାରଣ ହୋଇଥିବା ବେଳେ ଏହାକୁ କିପରି ରୋକିବେ ସେନେଇ ବିଭିନ୍ନ ଉଦ୍ୟମ କରାଯାଉଛି ।

ଏହି ଆତ୍ମହତ୍ୟା ପ୍ରବଣତା ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ୨୦୦୩ ପରଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖରେ ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ ପାଳନ କରାହୋଇଆସୁଛି । ଆତ୍ମହତ୍ୟା ବିରୋଧରେ ସଚେତନତା ସୃଷ୍ଟି ପାଇଁ ୨୦୦୩ ମସିହା ପରଠାରୁ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖରେ ପାଳନ ହେଉଛି ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ। ସେପଟେ ମନସ୍ତତ୍ଵବିତ୍ ଙ୍କ ମତରେ ବିଭିନ୍ନ ପ୍ରକାର ଚାପ, ମାନସିକ ଅବସାଦ, ପାରିବାରିକ ଓ ଆର୍ଥିକ ସମସ୍ୟା , ପ୍ରେମ ଓ ନିଶା ଆଦି ଆତ୍ମହତ୍ୟା ପଛର କେତେକ ପ୍ରମୂଖ କାରଣ। ତେବେ ଏହାକୁ ରୋକିବାକୁ ଏଂଗଜାଇଟି ଓ ଡିପ୍ରେସନ୍ ଆଦିର ସଠିକ୍ ସମୟରେ ଚିହ୍ନଟ ଓ ଚିକିତ୍ସା ହେବା ଆବଶ୍ୟକ। ଚିନ୍ତାଗ୍ରସ୍ତ ରହୁଥିବା ଲୋକମାନେ ପରିବାର ସଦସ୍ୟ ବା ବନ୍ଧୁ ମାନଙ୍କ ସହ ମନଖୋଲି କଥା ହେବା ଉଚିତ୍।

କେହି ବି ଆତ୍ମହତ୍ୟାକୁ ସମସ୍ୟା ସମାଧାନର ଶେଷ ବିକଳ୍ପ ନଭାବି ଜୀବନକୁ ସାହସର ସହ ସାମ୍ନା କରିବା ଦରକାର। ଅଭିଭାବକମାନେ ପିଲା ମାନଙ୍କୁ ଛୋଟ ବେଳୁ କିପରି ବିଫଳତାକୁ ସାମ୍ନା କରାଯାଏ, ସମସ୍ୟା ସହ କିପରି ଲଢିବାକୁ ପଡେ , ତାହା ଶିଖାଇବା ନିହାତି ଦରକାର। ତେବେ ଏହାକୁ ନେଇ ବିଶେଷଜ୍ଞ କୁହନ୍ତି, ଆତ୍ମହତ୍ୟାର ପ୍ରମୁଖ କାରଣ ମଧ୍ୟରେ ରହିଛି ପାରିବାରିକ କଳହ (୪୯ ପ୍ରତିଶତ, ମନସ୍ତତ୍ଵବିତ୍ ଙ୍କ ମତରେ ବିଭିନ୍ନ ପ୍ରକାର ଚାପ, ମାନସିକ ଅବସାଦ, ପାରିବାରିକ ଓ ଆର୍ଥିକ ସମସ୍ୟା , ପ୍ରେମ, ପରୀକ୍ଷାରେ ଖରାପ ପ୍ରଦର୍ଶନ, ଚାକିରି ଜନିତ ସମସ୍ୟା, ବିଭିନ୍ନ ରୋଗ ଓ ନିଶା ଆଦି ଆତ୍ମହତ୍ୟା ପଛର କେତେକ ପ୍ରମୂଖ କାରଣ।

Leave A Reply

Your email address will not be published.