ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଶ୍ବ କଲ୍ୟାଣ ମହାଯଜ୍ଞ ଅନୁଷ୍ଠିତ | ଓଡିଶା ବ୍ରାହ୍ମଣ ମହାସଂଘ ଆନୁକୂଲ୍ୟରେ ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ତ କୁଚେଇବୁଢୀ ଶ୍ରୀ ପୂର୍ଣ୍ଣେଶ୍ବର ମନ୍ଦିର ପରିସରରେ ଅନୁଷ୍ଠିତ ହେଉଅଛି |
ଏହା ଗତ ୨୨ ତାରିଖରେ ଅଙ୍କୁରାରୋପଣ ହେବାପରେ ୨୩ ତାରିଖ ସ୍ଥାନୀୟ ମହିଳାମାନଙ୍କ ଦ୍ବାରା ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ଠାରୁ କଳସଯାତ୍ରା ଓ ଯଜ୍ଞପୂଜାରମ୍ଭ, ୨୪ ତାରିଖ ବ୍ରତପୋନୟନ ଏବଂ ୨୫ ତାରିଖ ପୂର୍ଣ୍ଣାହୁତି ସହିତ ସାମୁହିକ ପ୍ରସାଦ ସେବନ କରାଯିବ ବୋଲି କମିଟୀ ପକ୍ଷରୁ ସୂଚନା ଦେଇଥିଲେ | ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ସୁଦୂର ଜଗତସିଂହପୁରରୁ ସୁନାମଧନ୍ୟ ପଣ୍ଡିତ ମାନସ ଦାଶ ଓ ତାଙ୍କର ସହକର୍ମୀଙ୍କ ଦ୍ବାରା ଯଜ୍ଞପୂଜା ଚାଲୁରହିଛି |
ଏଥିରେ ଅନୁଷ୍ଠାନର ସଭାପତି ଗଣେଶ ମିଶ୍ର, ଉପସଭାପତି ଅରୁଣ ନନ୍ଦ, ସଂପାଦକ ସୁଶାନ୍ତ ଶର୍ମା, କୋଷାଧ୍ୟକ୍ଷ ଜୟକୃଷ୍ଣ ଦାଶ ତଥା କାର୍ଯ୍ୟକାରୀ ସଦସ୍ୟ ଦିଲ୍ଲୀପ କୁମାର ହୋତା, ଅର୍ଦ୍ଧେନ୍ଦୁ ଶେଖର ରଥ, ଟୁନା ପାଣି, ଈଶ୍ବର ପ୍ରହରାଜ, ପ୍ରଭାସ ପ୍ରହରାଜ, ଚିକୁ ମିଶ୍ର, ଜନରଂଜନ ଦାଶ ଓ ନୃସିଂହଚରଣ ଦାଶ ପ୍ରମୁଖ ପରିଚାଳନା କରୁଅଛନ୍ତି |