ଓ୍ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ ଓ୍ୱାର୍ଲ୍ଡ ୟୁଥ୍ ସ୍କିଲ୍ ଡେ ପାଳିତ, ୧୭ଟି ଗ୍ରୁପ ଓ ସର୍ଭିସେସ ବିଷୟରେ ୭ଟି ଗ୍ରୁପର ଛାତ୍ରଛାତ୍ରୀମାନଙ୍କ ପ୍ରୋଜେକ୍ଟ ପ୍ରଦର୍ଶନ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦକ୍ଷ ମାନବ ସମ୍ଭଳ ସୃଷ୍ଟି ଓ ଦକ୍ଷତା ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜାତିସଂଘ ଦ୍ୱାରା ଜୁଲାଇ ୧୫ ତାରିଖକୁ ଓ୍ୱାର୍ଲ୍ଡ ୟୁଥ୍ ସ୍କିଲ୍ ଡେ ଭାବେ ପ୍ରତ୍ୟେକ ବର୍ଷ ପାଳନ କରାଯାଇଥାଏ ଓଡ଼ିଶାରେ ଦକ୍ଷତା ବିକାଶ ବୃଦ୍ଧି ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଓ୍ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ ଏହି ଦିନଟିକୁ ଅତି ଆଡମ୍ବର ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟାମରେ ପାଳନ କରାଯାଇଛି । ଓଡ଼ିଶାର ଯୁବପିଢିଙ୍କ ଭିତରେ ନିଜକୁ ବିଶ୍ୱସ୍ତରୀୟ ମାନବ ସମ୍ବଳ ଭାବେ ଗଢି ତୋଳିବା ଲାଗି ଆଜି ଯେଉଁ ଆକାଂକ୍ଷା ସୃଷ୍ଟି ହୋଇଛି ତାକୁ ପୂରଣ କରିବା ଦିଗରେ ବିଶ୍ୱ ଦକ୍ଷତା କେନ୍ଦ୍ର ଜରିଆରେ ସରକାର ଯେଉଁ ସୁଯୋଗ ସୃଷ୍ଟି କରିଛନ୍ତି ।
ରାଜ୍ୟର ଯୁବପିଢି ତା’ର ଭରପୂର ସୁଯୋଗ ପାଇ ପାରୁଛନ୍ତି । ଆଜି ଏହି ଅବସରରେ ଉକ୍ତ କେନ୍ଦ୍ରରେ ଅଧ୍ୟୟନ କରୁଥିବା ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଯୋଗଦାନ କରି ତାଙ୍କ ମଧ୍ୟରେ ଥିବା ପ୍ରତିଭାକୁ ଦର୍ଶାଇଥିଲେ । ବ୍ୟìଟି େୱଲ୍ନେସ, ହେୟାର୍ ଫ୍ୟାସନ୍ ଡିଜାଇନ୍, ମେକାଟ୍ରୋନିକସ୍, ଏୟାର କଣ୍ଡିସନିଙ୍ଗ୍ ଏଣ୍ଡ ରେଫ୍ରିଜିରେସନ, ଇଲେକ୍ଟି୍ରକାଲ ଟେକ୍ନୋଲୋଜି ଓ ମେକାନିାକାଲ୍ ଏଣ୍ଡ ଇଲେକ୍ଟି୍ରକାଲ ସର୍ଭିସ୍ଗୁଡିକ ଉପରେ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଇଞ୍ଜିନିୟରିଂ ବିଷୟରେ ୧୭ଟି ଗ୍ରୁପ ଓ ସର୍ଭିସେସ ବିଷୟରେ ୭ଟି ଗ୍ରୁପର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରୋଜେକଫମାନ ପ୍ରଦର୍ଶନ କରିଥିଲେ ।
ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ତରଫରୁ ବିଭିନ୍ନ ବର୍ଗରେ ପୁରସ୍କାର ବିତରଣ ପାଇଁ ବ୍ୟବସ୍ଥା କରାଯାଇଥିଲା । ଆସନ୍ତାକାଲି ବିଭିନ୍ନ ଦକ୍ଷତାଭିତ୍ତିକ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ବଣ୍ଟନପୂର୍ବକ ସେମାନଙ୍କର ପ୍ରତିଭା ଏବଂ ପରିଶ୍ରମକୁ ସ୍ୱୀକୃତି ଦିଆଯିବ । ପ୍ରାରମ୍ଭରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଅନ୍ତର୍ନିହିତ ବକ୍ତବ୍ୟ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏପରି ଉତ୍ସବ ନିଶ୍ଚିତ ଭାବେ ପିଲାଙ୍କର ଦକ୍ଷତା ବୃଦ୍ଧି କରିବା ସହ ଦକ୍ଷତାଭିତ୍ତିକ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବ ବୋଲି ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ମତପୋଷଣ କରିଛନ୍ତି ।