ଭାରତ ଉପରେ ସାରା ବିଶ୍ୱର ନଜର, ଭାରତର ରକେଟ୍‌ ଓମ୍ୟାନ୍‌ ‘ସୁପରିଚିତା ଋତୁ କରିଧାଲ୍‌ ଶ୍ରୀବାସ୍ତବ’ଙ୍କ ନେତୃତ୍ୱରେ ଉତକ୍ଷେପଣ ହେବ ଚନ୍ଦ୍ରଯାନ-୩

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଆଜି ଭାରତ ପାଇଁ ଗର୍ବ ଗୌରବର ଦିନ । ଅପରାହ୍ଣ ୨.୩୫ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ୍‌ ମହାକାଶ କେନ୍ଦ୍ରରୁ ଉତ୍‌କ୍ଷେପଣ ହେବାକୁ ଥିବା ଭାରତର ତୃତୀୟ ଚନ୍ଦ୍ରାଭିଯାନର ‘ଚନ୍ଦ୍ରଯାନ-୩’ର ନେତୃତ୍ୱ ନେଇଛନ୍ତି ‘ଭାରତର ରକେଟ୍‌ ଓମ୍ୟାନ୍‌’ ଭାବେ ସୁପରିଚିତା ଋତୁ କରିଧାଲ୍‌ ଶ୍ରୀବାସ୍ତବ। ‘ଓମେନ୍‌ ଇକୋନୋମିକ୍‌ ଫୋରମ୍‌’ (ଡବ୍ଲୁଇଏଫ୍‌) ରିପୋର୍ଟ ଅନୁସ‌ାରେ, ‘ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନଦରେ (ଇସ୍ରୋ) ବରିଷ୍ଠ ବୈଜ୍ଞାନିକା ଥିବା ଋତୁ କରିଧାଲ୍‌ ଶ୍ରୀବାସ୍ତବ ‘ମାର୍ସ ଅର୍ବିଟର୍‌ ମିସନ୍‌ଦକୁ ବାସ୍ତବ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

୧୯୯୬ରେ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ‘ଏମ୍‌ଏସ୍‌ସି’ କରିବା ପରେ ବେଙ୍ଗାଲୁରୁସ୍ଥିତ ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ୍‌’ରୁ ‘ଏମ୍‌ଟେକ୍‌’ କରିଥିଲେ। ସେ ଜଣେ ପ୍ରତିଭାଶାଳିନୀ ବୋଲି ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ତାଙ୍କର ଶିକ୍ଷକ ଓ ଗାଇଡ୍‌ମାନେ କହୁଥିଲେ। ୧୯୯୭ରେ ସେ ନଭେମ୍ବର ୧୯୯୭ରେ ‘ଇସ୍ରୋ’ରେ ଯୋଗ ଦେଇଥିଲେ। ସ‌େ ‘ଇସ୍ରୋ’ର ଅନେକ ସମ୍ମାନଜନକ ମିସନ୍‌ରେ କାର୍ୟ୍ୟ କରିଛନ୍ତି ଏବଂ ଅନେକ ଅଭିଯାନର ନିର୍ଦେଶକ ପଦରେ ରହି ଦାୟିତ୍ୱ ବହନ କରିଛନ୍ତି। ମୂଳତଃ ଉତ୍ତର ପ୍ରଦେଶର ‌ଲକ୍ଷ୍ନୌନିବାସୀ ଋତୁ ଏଯାବତ୍‌ ଉଭୟ ଆନ୍ତର୍ଜାତିକ ଓ ଜାତୀୟ ପ୍ରକାଶନରେ ୨୦ରୁ ଅଧିକ ‘ପେପର୍‌’ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଆଜି ତାଙ୍କ ନେତୃତ୍ୱରେ ଉତ୍‌କ୍ଷେପଣ ହେବାକୁ ଥିବା ୬୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ।

Leave A Reply

Your email address will not be published.