ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉଲଗ୍ନ ହୋଇ ସ୍ମଶାନରେ ପୂଜା କରୁଥିଲେ ଜଣେ ମହିଳା ଏବଂ ଜଣେ ପୁରୁଷ କାବୁ କଲେ ଗ୍ରାମବାସୀ | ଜଣେ ମହିଳା ଓ ଜଣେ ପୁରୁଷ ଙ୍କୁ ଶ୍ମଶାନ ଘାଟରେ ପୂଜା ଅର୍ଚନା କରୁଥିବା ବେଳେ କାବୁ କରିନେଇଛନ୍ତି ଗ୍ରାମବାସୀ |
ସୋମବାର ବିଳମ୍ବିତ ରାତି ରେ ଉଲଗ୍ନ ହୋଇ ଗାଁ ଶ୍ମଶାନରେ ପୂଜା ଅର୍ଚ୍ଚନା କରୁଥିବା ବେଳେ ଦୁଇଜଣଙ୍କୁ କାବୁ କଲେ ଗ୍ରାମବାସୀ ତେବେ ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମରେ ତେବେ ଏହି ଗ୍ରାମରେ ଜଣେ ମହିଳା ଓ ଜଣେ ପୁରୁଷ ଙ୍କୁ ଶ୍ମଶାନ ଘାଟ ରୁ କାବୁ କରିନେଇଛନ୍ତି ଗ୍ରାମବାସୀ । ଡାହାଣୀ ଓ ଗୁଣିଗାରେଡି କରୁଥିବା ନେଇ ଗାଁ ଲୋକେ କରିଛନ୍ତି ଅଭିଯୋଗ ।
ଏ ବିଷୟରେ ଯଶିପୁର ପୋଲିସ ଖବର ପାଇବା ପରେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଏବଂ ଯଶିପୁର ଥାନା ଅଧିକାରିଣୀ ଉକ୍ତ ଗ୍ରାମ କୁ ଯାଇ ଗାଁ ଲୋକଙ୍କୁ ବିଝା ସୁଜା କରିବା ସହିତ । ଅଧିକ ତଦନ୍ତ ପାଇଁ ସଂପୃକ୍ତ ମହିଳା ଓ ପୁରୁଷ ଗୁଣିଆ କୁ ପୋଲିସ ଉଠାଇନେଇ ଯଶିପୁର ଥାନା ରେ ଅଟକ ରଖିଥିବା ସୂଚନା ମିଳିଛି । ତେବେ ଏହି ଘଟଣା କୁ ନେଇ କଣ କହୁଛନ୍ତି ଗ୍ରାମବାସୀ ଏବଂ ଉପଖଣ୍ଡ ପୋଲିସ ଅଧିକାରୀ ଶୁଣନ୍ତୁ |